June 29, 2024

ପତଞ୍ଜଳି ଯୋଗ ସମିତି ପକ୍ଷରୁ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ପତଞ୍ଜଳି ଯୋଗ ସମିତି ପକ୍ଷରୁ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା ରାୟଗଡ଼ା ଜିଲ୍ଲା ସଦରମହକୁମା ପତଞ୍ଜଳି ଆରୋଗ୍ୟ କେନ୍ଦ୍ର ପରିସରରେ ପତଞ୍ଜଳି ଯୋଗ ସମିତି ପକ୍ଷରୁ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାୟଗଡ଼ା ଭାରତ ସ୍ବାଭିମାନ ଟ୍ରଷ୍ଟ ଜିଲ୍ଲା ମୁଖ୍ୟ ରାଜେଶ ଦଳାଇ ଆବାହକତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପତଞ୍ଜଳି ଯୋଗ ସମିତି ରାୟଗଡା ସମସ୍ତ ସଦସ୍ୟ ଉପସ୍ଥିତ ପତଞ୍ଜଳି ଆରୋଗ୍ୟ କେନ୍ଦ୍ର ଠାରୁ ଅଶୋକନଗର ପ୍ରଥମ ଗଳି ପର୍ଯ୍ୟନ୍ତ ପରିବେଶ ସ୍ବଛ ରଖିବା ପାଇଁ ଝାଡୁ ଧରି ସଫେଇ କରିଥିଲେ। ସେହିପରି ସେଚୁରିୟାନ ୟୁନିଭରସିଟି ମଧ୍ୟ ସ୍ବଚ୍ଛତାହି ସେବା କାର୍ଯ୍ୟ ଆଦରଣୀୟ ରାଜେଶ ଦଳାଇ ଦ୍ବାରା ଅନୁଷ୍ଠିତ ହୋଇଥିଲା। ଏହି ଅନୁଷ୍ଠିତ ସ୍ବଛତା କାର୍ଯ୍ୟକ୍ରମରେ ପତଞ୍ଜଳି ପରିବାର ରାଜକିଶୋର ସାହୁ, କିଶୋର ଚନ୍ଦ୍ର ଦୋରା,ବିନୟ କୁମାର ସ୍ବାଇଁ,ଉମା ଗମାଙ୍ଗ,କୁନି ମହାଙ୍କୁଡ,ଅକ୍ଷୟ ମହାନ୍ତି,ପ୍ରଳୟ ସାହୁ,ମନୋଜ ଭାଇ, ବ୍ରହ୍ମାନନ୍ଦ ମହାରଣା, ରାଧାକୃଷ୍ଣ ମହାପାତ୍ର,ଭୋଳଶ୍ବର ଖଣ୍ଡରିଆ, ଜଗନ୍ନାଥ ଜୀ,ନାଇଡୁ ଜୀ,ପ୍ରସାଦ ଜୀ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ ରାକେଶ କୁମାର ବେହେରା