ତାଣ୍ଡିକଣା ଠାରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

392e9def-c1fd-4783-a106-76760d5d74ae
Share

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ତାଣ୍ଡିକଣା ଛକ ଠାରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୁଣ୍ଡଢାମୁଣି ସରପଞ୍ଚ ଭାସ୍କର କାଡ୍ରାକାଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ
ସମିତି ସଭ୍ୟ ଶ୍ରୀ କମଳ ଲୋଚନ ମୁଟିକା,ନାଏବ ସରପଞ୍ଚ ଶ୍ରୀମତୀ ସୁନିତା ବିଡିକା,ଯୁବକ ସଂଘ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏଥିରେ ସମସ୍ତେ ଝାଡୁ ଧରି ଛକ ପରିସରକୁ ସଫେଇ କରାଯିବା ସହ ଲୋକଙ୍କୁ ଅଳିଆ ଆବର୍ଜ୍ଜନା ନପକାଇବାକୁ କହିବା। ପରିସରକୁ ସ୍ବଛ ରଖିବାକୁ ପରାମର୍ଶ ଦେଇଥିଲେ।
ପରିବେଶ ସ୍ବଛ ରହିଲେ ଆମେ ସୁସ୍ଥ ରହିବାର ବାର୍ତ୍ତା ନେଇ ଏହି ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେଗ୍ରାମରୋଜଗାରସେବକ ଶ୍ରୀ ପ୍ରଦୀପ ବେହେରା,ଏମବିକେ ରୀନା ମଣ୍ଡାଙ୍ଗି,ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା,ସିଆରପିମାନେ ଉପସ୍ଥିତ ଥିଲେ। ସେହିପରି ରାମନାଗୁଡା ଯୁବକ ସଂଘ ଓ ପତଞ୍ଜଳି ଯୋଗ ସମିତି ପକ୍ଷରୁ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳରେ ସମସ୍ତ ଯୁବଗୋଷ୍ଠୀ ସାମିଲ ହୋଇଥିଲେ।।

ରିପୋର୍ଟ ରାକେଶ କୁମାର ବେହେରା