November 26, 2024

ପାରଳାଖେମୁଣ୍ଡି ଠାରେ କୃଷକ ଉତ୍ପାଦନ କମ୍ପାନୀମାନଙ୍କ ସଶସ୍ତୀକରଣ ପାଇଁ ଜିଲ୍ଲାସ୍ତରୀୟା କର୍ମଶାଳା ଅନୁଷ୍ଠିତ 

Share

 

 

ପାରଳାଖେମୁଣ୍ଡି:୧/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳବିଭାଜିକା ପ୍ରକଳ୍ପ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାର ସମସ୍ତ କୃଷକ ଉତ୍ପାଦନ କମ୍ପାନୀମାନଙ୍କ କର୍ମ କର୍ତା ଙ୍କୁ ନେଇ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଙ୍କ ଅଧକ୍ଷତରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ଗଜପତି ଜିଲ୍ଲା ର ଚାଷୀଙ୍କ ଉତ୍ପାଦନ ବୃଦ୍ଧି , ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟରେ ବଜାରିକରଣ , ଚାଷୀମାନଙ୍କୁ ଆସୁଥିବା ସରକାରୀ ସହାୟତା କୃଷକ ଉତ୍ପାଦନ କମ୍ପାନୀ ମାଧ୍ୟମରେ ଚାଷୀଙ୍କୁ ଉପଲବ୍ଧ କରାଇବା ସହ କୃଷକ ଉତ୍ପାଦନ କମ୍ପାନୀ ମାନଙ୍କୁ ସଶସ୍ତୀକରଣ କରିବା ଉଦେଶ୍ୟରେ ନାବାର୍ଡ , ସି.ଆର.ଏସ ଓ ସକାଳ ସ୍ବେଛାସେବୀ ଅନୁଷ୍ଠାନରେ ସହଯୋଗରେ ଆୟୋଜନ ଆୟୋଜନ କରାଯାଇଥିଲା ଏହି କର୍ମଶାଳାରେ ୧୨ ଗୋଟି କୃଷକ ଉତ୍ପାଦନ କମ୍ପାନୀ କର୍ମକର୍ତା ଓ କମ୍ପାନୀକୁ ସହଯୋଗ କରୁଥିବା ୧୨ ଗୋଟି ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତା ଉପସ୍ଥିତ ଥିଲେ । କୃଷକ ଉତ୍ପାଦନ କମ୍ପାନୀମାନ ଙ୍କୁ ସହଯୋଗ କରୁଥିବା ସରକାରୀ ବିଭାଗ ଯଥା ଉଦ୍ୟାନ ବିଭାଗର ଉପନିର୍ଦେଶୟକ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ପ୍ରତିନିଧି , ଜଳ ବିଭାଜିକା ଓ ମୃତିକା ସଂରକ୍ଷଣ ବିଭାଗର ପ୍ରତିନିଧି ,ଗଜପତି ଜିଲ୍ଲା ଆତ୍ମା ନିଯୁକ୍ତି ନିର୍ଦେଶ୍ୟକ, କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ , ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ , ଓରମାସ୍ ର ଉପ କାର୍ଯ୍ୟନିଵାହୀ ଅଧିଆକାରୀ ,ଓଏଲଏମ ଓ ମିଶନ ଶକ୍ତିର ଡିପିଏମ , ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କର ପରିଚାଳକ ଆଦି ଉପସ୍ଥିରେ ଜିଲ୍ଲାର ସମସ୍ତ କୃଷକ ଉତ୍ପାଦନ କମ୍ପାନୀମାନଙ୍କ ସଶସ୍ତୀକରଣ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଥିଲା । ପାରଳାଖେମୁଣ୍ଡି ସ୍ତିତ ଉଦ୍ୟାନ ବିଭାଗର ଉପନିର୍ଦେଶ୍ୟକ ଏହି କମିଟିର ଅଧକ୍ଷ ରହିବେ , ଜିଲ୍ଲାର ସରକାରୀ ବିଭାଗର କୃଷକ ଉତ୍ପାଦନ କମ୍ପାନୀମାନଙ୍କ ସହିଯୋଗୀ ପଦସ୍ଥ ଅଧିକାରୀ , କୃଷକ ଉତ୍ପାଦନ କମ୍ପାନୀର କାର୍ଯ୍ୟ ନିର୍ବାହୀ ଅଧିକାରୀ /ସଭାପତି ଓ ସହଯୋଗି ସ୍ଵେଛାସେଵୀ ଅନୁଷ୍ଠାନର କର୍ମକର୍ତା ଏହି କମିଟିର ସଭ୍ୟ ରହିବେ ଓ କମ୍ପାନୀ ଗୁଡିକୁ କିଭଳିଭାବେ ସୁଦୃଢ଼ୀକରଣ କରାଯାଇପାରିବ କମିଟି ତରଫରୁ ମାସିକ ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବା କୁ ସ୍ଥିର କରାଯାଇଥିଲା । ଏହି କର୍ମଶାଳା ଗଜପତି ଜିଲ୍ଲାର ଅଗ୍ରଣୀ କୃଷକ ଉତ୍ପାଦନ କମ୍ପାନୀ ତପ୍ତପାଣି କୃଷକ ଉତ୍ପାଦନ କମ୍ପାନୀ ର ମୁଖ୍ୟ କାର୍ଯ୍ୟନିଵାହୀ ଅଧିକାରୀ ଶ୍ରୀ ଅଜିତ କୁମାର ସହୂ ପରିଚାଳନା କରିଥିଲେ ଓ ସକାଳ ଅନୁଷ୍ଠାନ ର କର୍ମଚାରୀ ସହଯୋଗ କରିଥିଲେ ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.