March 12, 2026

ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ କାର ଧକ୍କା ରେ ମହିଳା ମୃତ…….

hand
Share

 

 

ରାଇଘର:-(ଏମ୍.ଦିନା°ଶୁ ଆଚାରୀ)କାର ଧକ୍କାରେ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ଘଟଣା ସାମ୍ନା କୁ ଆସିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ। ମୃତ ମହିଳା ଜଣକ ହେଲେ ରାଇଘର ବ୍ଲକ କରଞ୍ଜି ଗ୍ରାମର ପୁନେଇ ଗଣ୍ଡ (୫୦)। ମିଳିଥିବା ସୂଚନା ଅନୁସାରେ ପୁନେଇ ଗତକାଲି ବାଇକ୍ ଯୋଗେ କେବିକଙ୍ଗା ଗ୍ରାମକୁ ଯାଇଥିଲେ। ଘରକୁ ଫେରୁଥିବା ସମୟରେ ଏକ କାର ପଛପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପୁନେଇଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ହାଟ ଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।କାର ଧକ୍କା ଦେବା ଫଳରେ ପୁନେଇ ଙ୍କ ଗୋଡ ଭାଙ୍ଗି ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୁନେଇ କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି।