*ସ୍ୱାୟତ୍ତ ଶାସନ ଦିବସ ରେ ନୃତ୍ୟ ରେ ତାଳେ ତାଳେ ମନ ମୋହିଲେ ଛାତ୍ରୀ*
*ସ୍ୱାୟତ୍ତ ଶାସନ ଦିବସ ରେ ନୃତ୍ୟ ରେ ତାଳେ ତାଳେ ମନ ମୋହିଲେ ଛାତ୍ରୀ*
———————————————
ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ଏନଏସି ପକ୍ଷରୁ ନିଖିଳ ଭରତ ସ୍ୱାୟତ୍ତ ଦିବସ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମ ପରିସରରେ ପାଳିତ ହୋଇଯାଇଛି l ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥିଭାବେ ରାଜ୍ୟ କୃଷି ନିର୍ଦ୍ଧେଶକ ରାମଚନ୍ଦ୍ର ପଣ୍ଡା ଯୋଗଦେଇ ସହର ର ବିକାଶ ପାଇଁ ସମସ୍ତ ଜନ ସାଧାରଣ ଙ୍କ ସହଯୋଗ ଆବଶ୍ୟକତା ସମ୍ପର୍କରେ ମତ ପ୍ରକାଶ କରିଥିଲେ l ସମ୍ମାନିତ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ରାଜ୍ୟ ସରକାର ଙ୍କ ମୁକ୍ତା ଯୋଜନ ପରି ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସହରକୁ ବିକାଶ ପଥରେ ଆଗେଇ ନେଇଥିବା ପରି ପ୍ରକାଶ କରିବା ସହ ଐତିହାସିକ ପୋତାଗଡ଼ ଦୁର୍ଗର ଉନ୍ନତିକରଣ , ଦାମୋଦରପୁର ଗ୍ରାମ ଠାରୁ କଲ୍ୟାଣପୁର ଗ୍ରାମ ପର୍ଯ୍ୟନ୍ତ ଋଷିକୁଲ୍ୟା ନଦୀକୂଳରେ ବାଜ, ବିଭିନ୍ନ ୱାର୍ଡରେ ପକ୍କା ରାସ୍ତା ନିର୍ମାଣ, ସ୍ମାର୍ଟ ପାର୍କ, କଲ୍ୟାଣ ମଣ୍ଡପ ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟ କୁ ଗୁରୁତ୍ୱ ଦିଆଯାଉଛି l
ଏନଏସି ଇଓ ଅବିନାଶ ମିଶ୍ର ଅତିଥି ଓ ଜନ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହ ସହର ର ବିକାଶ ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି, ବିଇଓ ବିଜୟ ବେହେରା, 2ନମ୍ବର ୱାର୍ଡ କାଉ ସିଲର ଛାଡି ସମସ୍ତ କାଉନସିଲର ମଞ୍ଚାସିନ ରହିଥିଲେ l ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ରେ ଚମ୍ପିୟାନ ପ୍ରେସ ଏକାଦାଶ କୁ ଚମ୍ପିୟାନ ଟ୍ରଫି ଓ ଗଞ୍ଜାମ ଏନଏସି ଏକାଦାଶ କୁ ରନର୍ସ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଦୁଃସାହସିକ ସମୁଦ୍ର
ଖେଳାଳୀ ମାନସ୍ବିନୀ ମହାରଣା,
ନୂତନ ଭାବେ ଓଏଏସ ପାଇଥିବା ଅନିଲ ବିଷୋୟୀ ଙ୍କୁ ସମର୍ଦ୍ଧିତ କରାଯାଇଥିଲା l ସେହିପରି ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ବିଭିନ୍ନ ଚିତ୍ରଙ୍କନା, ସଂଗୀତ, ନୃତ୍ୟ, ବକୃତା, ଝୋଟି ଛାତ୍ର ଛାତ୍ରୀ, ମହିଳା ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା l
କନିଷ୍ଟ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା ସଂଯୋଜନା କରିଥିଲେ l ଏକାଡଟେଣ୍ଟ ମାନସ ରଞ୍ଜନ ପୃଷ୍ଟି, ସି ଏମ ଏମ ଭାଗ୍ୟଶ୍ରୀ ନାୟକ, କନିଷ୍ଟ ସହାୟକ କମଳା କାନ୍ତ ଦାଶ, ମୁକ୍ତା ପ୍ରୋଜେକ୍ଟ କୋଡିନେଟର ଚିନ୍ମୟ ରଞ୍ଜନ ପୃଷ୍ଟି, ଜୁନିୟର କନିଷ୍ଟ ପରିମଳ ବିଶେଷଜ୍ଞ ସୁମିତ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ବିଷ୍ନୁପ୍ରିୟା ସାବତ,ଆସିଷ୍ଟାଣ୍ଡ ଟାକ୍ସ କଲେକ୍ଟର ପ୍ରଭାତ ମହାପାତ୍ର, ଅଜୟ ପଣ୍ଡା, ବିରେନ ମହାପାତ୍ର, ମହେନ୍ଦ୍ର ନାୟକ, ବାବୁଲା ସୁବୁଦ୍ଧି ପ୍ରମୁଖ ସହ ଅନ୍ୟମାନେ ସୁପରିଚାଳନାରେ ସହଯୋଗ କରିଥିଲେ l ସ୍ୱୟଂ ସାହାୟକା, ୱାର୍ଡ କୋଡିନେଟର, ସ୍ଥାନୀୟ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l ସନ୍ଧ୍ୟା ରେ ଗଞ୍ଜାମ ସହରର କୁନି କୁନି ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରି ସହର ବାସୀଙ୍କୁ ବିମୁଗ୍ଧ କରିବା ସହ ବ୍ରହ୍ମପୁର ରୁ କଳାକାର ମାନଙ୍କ ଦୂର ସଂଗୀତ ପରିବେଷଣ କରାଯାଇ ଥିଲା l