ସ୍ନେହମୟୀ ଙ୍କ ହସ୍ତକ୍ଷେପ ଯୋଗୁଁ ଘରକୁ ଫେରିଲେ ବୃଦ୍ଧ ବାପା ମାଆ
ତିର୍ତ୍ତୋଲ ତା 1/8/2026 ପାରିବାରିକ ମନମନାନ୍ତର ଓ ବାଦବିବାଦ ଯୋଗୁଁ ଘରଛାଡି, ପଡୋଶୀଙ୍କ ଙ୍କ ଘରେ ଆଶ୍ରୟ ନେଇଥିବା, ବୃଦ୍ଧ ପିତାମାତା, ବ୍ୟାସଫାଉଣ୍ଡେସନ ର ଅଧକ୍ଷା ତଥା ବରିଷ୍ଠ ନାଗରିକ ମାନଙ୍କର ସ୍ୱତନ୍ତ୍ର ସଭ୍ୟା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ହସ୍ତକ୍ଷେପ ଯୋଗୁଁ ଦୀର୍ଘ ପଚିଶଦିନ ପରେ ନିଜଘର କୁ ଫେରି ଆସିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଉଠିଛି l ଖବରଅନୁଯାଇ, ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ ଅଧିନ ପିପଳମାଧବ ପଞ୍ଚାୟତ ର ଅଇରୀଗ୍ରାମର ବରିଷ୍ଠନାଗରିକ ବସନ୍ତ କୁମାର ସ୍ୱାଇଁ ଓ ତାଙ୍କର ସହଧର୍ମିଣୀ ନୟନାବାଳା ସ୍ୱାଇଁ ଙ୍କ ସହିତ ତାଙ୍କର ପୁଅ ଶିବପ୍ରସାଦ ସ୍ୱାଇଁ ଓ ବୋହୁ ଅଞ୍ଜଳି ସ୍ୱାଇଁ ଙ୍କ ମଧ୍ୟରେ ମନମନାନ୍ତର ଓ ବାଦବିବାଦ ଉପୁଜିବା କାରଣକୁ କେନ୍ଦ୍ରକରି, ବୃଦ୍ଧପିତା ଙ୍କ ପକ୍ଷରୁ ନ୍ୟାୟପାଇବା ପାଇଁ ତିର୍ତ୍ତୋଲଥାନା ଠାରୁ ପର୍ଯ୍ୟନ୍ତ ମାନ୍ୟବର ଅଦାଲତ ର ମଧ୍ୟ ଆଶ୍ରୟ ନେଇଥିଲେ l ତେବେ ଏସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ରେ ଖବର ଜାଣିଲାପରେ ବ୍ୟାସଫାଉଣ୍ଡେସନ ର ସ୍ନେହମୟୀ ଆଚାର୍ଯ୍ୟ ତାଙ୍କ ଅନୁଷ୍ଠାନର କିଛିସଦସ୍ୟ, ସମାଜସେଵୀ ଓ ଗ୍ରାମବାସୀ ମାନଙ୍କୁ ନେଇ ସେଠାରେ ପହଞ୍ଚି ଆଲୋଚନା କରି ଆପୋଷ ସମାଧାନ କରିବାପରେ, ବୃଦ୍ଧ ପିତାମାତା ନିଜର ଭିଟାମାଟି କୁ ଫେରିଆସିଥିଲେ l ତେବେ ଆଲୋଚନାରେ ସ୍ଥାନୀୟ ମୁରବି ନୀଳମଣି ଶତପଥୀ, ଦେବେନ୍ଦ୍ର ସେଣ, ସମାଜସେଵୀ ଶରତ କୁମାର ଦାଶ, ସାମ୍ବାଦିକ ଶ୍ରୀକାନ୍ତ ଦାଶ, ଫାଉଣ୍ଡେସନର ଉପଦେଷ୍ଟା ରମାକାନ୍ତ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ l ତେବେ ପାରିବାରିକ କଳହରୁ ଭାଙ୍ଗିଯାଇଥିବା ସମ୍ପର୍କ କୁ ଫେରାଇ ଆଣିଥିବା, ଦରଦୀହୃଦୟl ସ୍ନେହମୟୀ ଙ୍କର ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟଅଞ୍ଚଳ ରେ ତାଙ୍କର ଉଦ୍ୟମ କୁ ଉଚ୍ଚପ୍ରଶଂସନୀୟ ବୋଲି ଚର୍ଚ୍ଚା ହେଉଛି ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
