August 2, 2026

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା , ୧୨୩ଟି ପ୍ରକଳ୍ପ ପ୍ରଦର୍ଶିତ 

IMG-20260801-WA0060
Share

ବୁଗୁଡ଼ା : ତା ୦୧/୦୮/୨୬ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ୨୯ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ପରିଚାଳନା ସମିତି ସଭାପତି ପ୍ରମୋଦ ଚନ୍ଦ୍ର ସେନାପତି ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ଅତିଥି ଭାବେ ପିପୁଲ୍ସ କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଯୋଗ ଦେଇ କୁନି ବିଜ୍ଞାନୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । ଉକ୍ତ ବିଜ୍ଞାନ ମେଳାରେ ମୋଟ ୧୨୩ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ବେଳେ ସେଥି ମଧ୍ୟରୁ କନିଷ୍ଠ ବର୍ଗର ୪୯ଟି , ଶିଶୁ ବର୍ଗର ୪୦ଟି , ବାଲ ବର୍ଗର ୨୮ଟି, କିଶୋର ବର୍ଗର ୬ଟି ପ୍ରକଳ୍ପ ରହିଥିଲା । ଏଥି ସହ ମୂର୍ତ୍ତିକଳା , ପ୍ରଶ୍ନମଞ୍ଚ, ନିବନ୍ଧ ଓ ପତ୍ରବାଚନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୋଟ ୩୮ ଜଣ ପ୍ରତିଭାଗୀ ରହିଥିଲେ । ଏଥିରେ ବିଚାରକ ଭାବେଗବେଷକ ବ୍ରଜ କିଶୋର ପାଢୀ, ଅଧ୍ୟାପିକା ଅନୀତା ଦେବୀ ଓ ପ୍ରତୀକ୍ଷା ସାହୁ, ଅବସରପ୍ରାପ୍ତ ବିଇଓ ସ୍ବରୂପ ରଞ୍ଜନ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ସାହୁ ଓ ମନୋରଞ୍ଜନ ଦାଶ, ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ହୋତା, ପ୍ରଶାନ୍ତ କୁମାର ଗୌଡ ଓ ହରିହର ମହାରଣା, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା, ବରାହ ପ୍ରସାଦ ମହାପାତ୍ର, ଦେବୀ ପ୍ରସାଦ ମିଶ୍ର, ଅଭିଷେକ ଆଚାର୍ଯ୍ୟ, ଆଲୋକ ପୃଷ୍ଟି, ଗୌରୀ ଶଙ୍କର ମିଶ୍ର, ଶିବାଶିଷ ସାହୁ, ଚିତ୍ରସେନ ପାତ୍ର, ରୁଦ୍ର ପ୍ରସାଦ ବିଶ୍ବାଳ ଓ ସୁଶାନ୍ତ କୁମାର ବାଡତ୍ଯା, ପ୍ରାକ୍ତନ ଆଚାର୍ଯ୍ୟା ଏ.ସୁନିତା ସୁବୁଦ୍ଧି, ଶିକ୍ଷୟତ୍ରୀ ସରିତା ଦାଶ, ଗୁରୁମା ସୁଜାତା ମହାପାତ୍ର ଓ ସୁଜାତା ଗୌଡ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବର୍ଗର କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମର ସମାରୋପ ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ସହ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ । ଶିଶୁ ମନ୍ଦିରର ବିଜ୍ଞାନ ପ୍ରମୁଖ ଜଗନ୍ନାଥ ରଥଙ୍କ ତତ୍ତ୍ବାବଧାନରେଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁମା ମଧୁସ୍ମିତା ଦାଶଙ୍କ ସମେତ ଅନ୍ୟ ସେବାବ୍ରତୀମାନେ ସକ୍ରିୟ ସହଯୋଗ କରିଥିଲା ବେଳେ ଗୁରୁମା ହରପ୍ରିୟା ମିଶ୍ର ସଂଯୋଜନା , ପ୍ରଧାନାଚାର୍ଯ୍ଯ ଚଣ୍ଡି ପ୍ରସାଦ ବେହେରା ଅତିଥି ପରିଚୟ ପ୍ରଦାନ ଏବଂ ଆଚାର୍ଯ୍ୟ ପ୍ରତିନିଧି ଗୁରୁମା ସୁମତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।