September 22, 2026

ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦା ଦାରଙ୍କ ଜନ୍ମଦିନ ଓ ସମ୍ବଲପୁରୀ ଦିନ୍ ପାଳିତ

IMG-20260801-WA0064
Share

 

 

ଯୁଯୁମୁରା, ୦୧. ୦୮:ସ୍ଥାନୀୟ ଲିଟିଲ୍ ଫ୍ଲାୱାର ପବ୍ଲିକ ସ୍କୁଲ ରେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦା ଦାରଙ୍କର ଜନ୍ମଦିନ ଅବସରରେ ଅଗଷ୍ଟ ୧ ତାରିଖ ” ସମ୍ବଲପୁରୀ ଦିନ୍” ପାଳିତ ହୋଇ ଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିଣ୍ଟୁ ପାତ୍ର, ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ୍ ଚେୟାରମ୍ୟାନ ଅଶ୍ବିନୀ କୁମୁରା, ସମ୍ମାନୀୟ ଅତିଥି ଭାବରେ ଡ. ଗୌରବ ଦୀପ ଯୋଗଦେଇଥିଲେ।ସମ୍ପାଦିକା ଶ୍ରୀମତି ରୁବୀ ଦେହୁରୀ ସଭାପତିତ୍ବ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଏକ ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ଶିକ୍ଷୟତ୍ରୀ ଶ୍ରୀମତୀ ମାତୃପ୍ରୀୟା ଶତପଥୀ ସମ୍ବଲପୁରୀ ଦିନର ଗୁରୁତ୍ବ ଏବଂ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ ଓ ଶେଷରେ ଶିକ୍ଷକ ସୌରଭ ରଞ୍ଜନ ମିଶ୍ରଙ୍କ ଦ୍ବାରା ଧନ୍ୟବାଦ୍ ଅର୍ପଣ କରାଯାଇ କାର୍ଯ୍ୟକ୍ରମକୁ ସମାପ୍ତ ହୋଇଥିଲା ।

You may have missed