August 2, 2026

ନିକ ଅପା କୁଟୀର ରେ ଗୁରୁଃଶ୍ରୀ କବି ସତ୍ୟନାରାୟଣ ବହିଦାର ଜୟନ୍ତୀ ଓ ସମ୍ବଲପୁରୀ ଦିନ ପାଳିତ ll

IMG-20260801-WA0065
Share

 

 

ସମ୍ବଲପୁର/ ତାରିଖ 01/08/26

 

ସଣ୍ଡେ ଗ୍ରୁପ, ଓଡିଶା ସାଂସ୍କୃତିକ ସମାଜ, ହୀରାଖଣ୍ଡ ସାମୁଖ୍ୟ ପକ୍ଷରୁ ବାଲିବନ୍ଧା ସ୍ଥିତ ରାମଜୀ ଗୁଡ଼ି ପଡା ରେ ଥିବା ନିକ ଅପା କୁଟୀର ସମ୍ବୁଖ ରେ ଗୁରୁଃଶ୍ରୀ କବି ସତ୍ୟନାରାୟଣ ବହିଦାର ଙ୍କର 114 ତମ ଜୟନ୍ତୀ ପାଳନ କରାଯାଇଥିଲା l

ସଣ୍ଡେ ଗ୍ରୁପ ର ସଭାପତି ଡ଼. ସତ୍ୟନାରାୟଣ ଠାକୁର ଙ୍କର ସଭାପତିତ୍ୱ ରେ ଆୟୋଜିତ ଜୟନ୍ତୀ ସଭା ରେ କବି ଙ୍କର ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l

ଡ଼. ଠାକୁର ପ୍ରାରମ୍ଭିକ ସୂଚନା ଦେଇ କହିଲେ ଯେ, ଏହି ନିକ ଅପା କୁଟୀର ର ରେ ହିଁ ଗୁରୁଃଶ୍ରୀ ସତ୍ୟ ନାରାୟଣ ବହିଦାର ଜୀବନ ନିର୍ବାହ କରିବା ସହ ଜୀବନର ଶେଷ ଯାଏ ସମ୍ବଲପୁରୀ ସାହିତ୍ୟ ସାଧନା କରିଆସିଥିଲେ l ନିୟମିତ ଭାବରେ ସେ ସମ୍ବଲପୁରୀ ଶବ୍ଦ ଖୋଜୁଥିଲେ, ଅନ୍ୟକୁ ସମ୍ବଲପୁରୀ ଶବ୍ଦ ମାଗୁଥିଲେ l ଯାହା ପାଉଥିଲେ ସବୁକୁ ଛୋଟ ଛୋଟ କାଗଜ ଖଣ୍ଡରେ ଲେଖି ତାଙ୍କର ଝୁଲାରେ ସାଇତି ରଖୁଥିଲେ l

ଏହି ଅବସରରେ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଡ଼. ପରେଶ ଚନ୍ଦ୍ର ଦାନୀ,ଦୀନବନ୍ଧୁ ପଣ୍ଡା, ଦୀପକ କୁମାର ପଣ୍ଡା, ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ପକ୍ଷରୁ ପ୍ରଫୁଲ୍ଲ ହୋତା, ହରି ଶଙ୍କର ପଣ୍ଡା, ଉତ୍ସର୍ଗ ପକ୍ଷରୁ ପ୍ରଶାନ୍ତ ପାଟ୍ଟଯୋଶୀ, ହୀରାଖଣ୍ଡ ସାମୁଖ୍ୟ ପକ୍ଷରୁ ରାମାନୁଜ ପଣ୍ଡା, ସଞ୍ଜୟ ବାବୁ ନାଟନାଟୁଆ ପକ୍ଷରୁ ସୂର୍ଯ୍ୟ ପାଣିଗ୍ରାହୀ, ଜ୍ୟୋତି ପକ୍ଷରୁ କଳ୍ପନା ମିଶ୍ର ପ୍ରମୁଖ କବି ସତ୍ୟନାରାୟଣ ବହିଦାର ଙ୍କର ସ୍ମୃତି ଚାରଣ କରିବା ସହ ତାଙ୍କର ବାସସ୍ଥଳୀ ନିକ ଅପା କୁଟୀର ର ରକ୍ଷଣା ବେକ୍ଷଣ ସହ ଏହି ସ୍ମୃତି ପୀଠ ର ସୁରକ୍ଷା ଦିଗରେ ଗୁରୁତ୍ୱ ଦେବାକୁ ମତ ଦେଇଥିଲେ l ଶେଷରେ ହୀରାଖଣ୍ଡ ସାମୁଖ୍ୟ ର ସମ୍ପାଦକ ଲଳିତ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ l ପରେ ପରେ ଜେଲ ଛକ ପାଖରେ ଥିବା ସମ୍ବଲପୁରୀ ଡେରା ସ୍ଥିତ ଗୁରୁଶ୍ରୀ କବି ସତ୍ୟ ନାରାୟଣ ବହିଦାର ଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା l