April 28, 2026

କୋଟପାଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କାହା ସ୍ୱାର୍ଥ ପାଇଁ ଏସ ଟି ଏସ ସି ପିଲାଙ୍କ ଉନ୍ନତି ପାଇଁ ନା ବାହାର ରାଜ୍ୟର ଶିକ୍ଷୟତ୍ରୀ ଶିକ୍ଷକଙ୍କ ଥୋଇ ଥାନ ପାଇଁ …..

IMG-20250801-WA0063
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଢ଼ାମଣାହାଣ୍ଡି ଗ୍ରାମରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟଳୟ ରେ ବହୁ ଦିନ ଧରି ପିଲାଙ୍କୁ ନିମ୍ନ ମାନର ଖାଦ୍ୟ ଦିଆ ଯାଉଛି. ସ୍କୁଲ ଗାଡି ସମେତ ସିକ୍ଯୁ ରିଟି ପିଲାଙ୍କୁ ନିଜ ବ୍ୟକ୍ତି ଗତ କାମ ରେ ଲଗାଉ ଛନ୍ତି. ଉକ୍ତ ସ୍କୁଲ ରେ ଜଣେ ଛାତ୍ର ବହୁଦିନ ହେବ ନିଖୋଜ ରହିଛି ବର୍ତ୍ତମାନ ସୁଦ୍ଧା କତ୍ରୁପକ୍ଷ କାହାରିକୁ ଅବଗତ କରି ନାହାନ୍ତି. ଏହି ସବୁ ଅବ୍ୟବସ୍ଥା କୁ ନେଇ ଗୁରୁ ବାର ଜୟପୁର ପିଏଆଇଟିଡିଏ ଙ୍କ ଦ୍ୱାରସ୍ତ ହୋଇ ଛନ୍ତି ଅବିଭାବକ.ଉକ୍ତ ଆଦର୍ଶ ଆବାସିକ ବିଦ୍ୟା ଳୟ ରେ ୩୬୦ ଅଧ୍ୟୟନ କରୁଥିବା ଛାତ୍ରୀ ଛାତ୍ର ଙ୍କୁ ପାଣିଆ ଡାଲିରେ ବୋଇତାଳୁ ମିଶାଇ ଖାଇବାକୁ ଦିଆ ଯାଉଛି. ସକାଳ ସମୟ ରେ ବାସି ପଖାଳ ଦିଆଯାଉଛି ଏବଂ ଅଭିଯୋଗ କଲେ ଆମର କେହି କିଛି କରି ପାରିବେ ନାହିଁ. କେନ୍ଦ୍ର ସରକାରଙ୍କ ଅଧୀନ ରେ ଏହି ସ୍କୁଲ ଚାଲୁଛି ବୋଲି ସ୍କୁଲ କତ୍ରୁପକ୍ଷ ଙ୍କ ଠାରୁ ଉତ୍ତର ମିଳୁଛି ବୋଲି ଅବିଭାବକ ମାନେ ନିଜ ନାମ ଆତ୍ମ ଗୋପନ ରଖିବା ସର୍ତ୍ତ ରେ ଗଣ ମାଧ୍ୟମ କୁ ସୂଚନା ଦେଇ ଥିବାର ଜଣାଯାଇଛି.ସ୍କୁଲ ର ଅନିୟମିତତା ଗୁଡିକ ଲୋକ ଲୋଚନ କୁ ଆସିବା ଭୟ ରେ ସି ସି କ୍ୟାମେରା ର ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ ହେଉଛି.ମେସ ଇନଚାର୍ଜ ତଥା ଭାଇସ ପ୍ରିନସିପାଲ ଶୁଭମ ୟାଦେବ ଓ ପ୍ରିନସିପାଲ କୌଣସି ଜନ ପ୍ରତିନିଧି. ଅବିଭାବକ କିମ୍ବା ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଖାଲି ଭୁଆଁ ବୁଲେଇ ବାରେ ଲାଗିଛନ୍ତି.ଏହି ସ୍କୁଲ ପାଇଁ କିଣା ଯାଉଥିବା ଚାଉଳ ପନିପରିବା ଇତ୍ୟାଦି ର ଖାତା ପତ୍ର କୁ ସ୍ଵତନ୍ତ୍ର ଅଡିଟ କରାଗଲେ ସମସ୍ତ ରହସ୍ୟ ଲୋକ ଲୋଚନ କୁ ଆସି ପାରିବ ବୋଲି ଜନ ସାଧାରଣ ରେ ଦାବି ହେଉଛି. ସରକାର ଅନୁ ସୂଚିତ ଜନ ଜାତି ଓ ଅନୁସୂଚିତ ଜାତି ର ପିଲାଙ୍କ ଉନ୍ନତି ସକାଶେ ଏହି ସ୍କୁଲ ର ବ୍ୟବସ୍ଥା କରିଛନ୍ତି ନା ବାହାର ରାଜ୍ୟର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଥଇଥାନ ନିମନ୍ତେ ଏହି ସ୍କୁଲ ମାନ ଖୋଲା ଯାଇଛି ବୋଲି ବୁଦ୍ଧି ଜୀବି ମହଲରେ ପ୍ରକାଶ ପାଇଛି. ଏ ନେଇ ପ୍ରିନସିପାଲ ନିରଞ୍ଜନ ନିରାଲା ଙ୍କୁ ଯୋଗାଯୋଗ କରିବାରୁ ଏହି ସ୍କୁଲ ତୋଦାରଖ କରିବା ପାଇଁ ଏଠାରେ କେହି ନାହାନ୍ତି ମୋ ସ୍ତର ର ସବୁ କିଛି କମିଶନର ଅଜିତ ଶ୍ରୀ ବାସ୍ତବ ପାଖରେ ଅଭିଯୋଗ କରନ୍ତୁ ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇ ଥିବାର ଜଣା ଯାଇଛି.ଏ ନେଇ ପିଏ ଆଇଟିଡିଏ ତୃପ୍ତି ବରେଇଙ୍କୁ ଯୋଗାଯୋଗ କରିବାରୁ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛି ବୋଲି ସୂଚନା ପ୍ରଦାନ କରିଥିବାର ଜଣାଯାଇଛି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର