April 29, 2026

ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ଵଚ୍ଛତା ପଦଯାତ୍ରା ଏବଂ ବୃକ୍ଷରୋପଣ 

IMG-20250801-WA0059
Share

 

 

ବେଲଗୁଣ୍ଠା,୦୧/୦୮, ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ଵଚ୍ଛତା ପଦଯାତ୍ରା,ସଫେଇ କାର୍ଯ୍ୟକ୍ରମ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନ୍ଏସି ସାନିଟେସନ୍ ଏକ୍ସପର୍ଟ୍ ଜି ପ୍ରବୀଣ କୁମାର,ତୃପ୍ତିମୟୀ ବେହେରାଙ୍କ ସମେତ ଏନ୍ଏସିର କର୍ମଚାରୀ ମାନେ ସହଯୋଗ କରିଥିଲେ I ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରକୁ ସଫେଇ କରିବା ସହିତ ସ୍ଵଚ୍ଛତା ସମ୍ପର୍କରେ ଏକ ଜନ ସଚେତନତା ପଦଯାତ୍ରା କରିଥିଲେ I ଏହା ସହିତ ବିଦ୍ୟାଳୟ ପରିସରରେ ବିଭିନ୍ନ ଔଷଧିୟ ଚାରା, ଫୁଲ ଗଛ ଏବଂ ଫଳ ଚାରା ରୋପଣ କରି ତାର ଯତ୍ନ ନେବା ନିମନ୍ତେ ଶପଥ କରିଥିଲେ I କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତିଶ୍ ମହାରଣାଙ୍କ ସମେତ ସହକାରୀ ଶିକ୍ଷକ ସଞ୍ଜୟ କୁମାର ସେଠୀ, ରାଜୀବ୍ ଲୋଚନ ସାହୁ, ଶିକ୍ଷୟିତ୍ରୀ ମାନିନୀ ରାଣୀ ପ୍ରଧାନ୍, ଭାଗ୍ୟଶ୍ରୀ ଧର୍, କ୍ରୀତିସୂତା ମହାପାତ୍ର, କିରାଣୀ ସୁଶିଳା କୁମାରୀ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ I

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed