ଆଗକୁ ମୋର ଯାହାବି କ୍ଷତି ହୁଏ ସେଥିପାଇଁ ଦାୟୀ ରହିବେ ପୁଷ୍ପାଞ୍ଜଳି ମିଶ୍ର ..

ଆଗକୁ ମୋର ଯାହାବି କ୍ଷତି ହେବ ସେଥିପାଇଁ ଦାୟୀ ରହିବେ ପୁଷ୍ପାଞ୍ଜଳି ମିଶ୍ର ମେସ / ପାର୍ଲର ର ପ୍ରତିଷ୍ଠାତା ପୁଷ୍ପାଞ୍ଜଳି ମିଶ୍ର ବୋଲି କହିଛନ୍ତି ମେସ ରେ ରହୁଥିବା ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ଜେନା l
ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁଷ୍ପାଞ୍ଜଳି ମିଶ୍ର ମେସ ରେ ରହୁଥିବା ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ଜେନାଙ୍କ ଅଭିଯୋଗର କଥା – ଅର୍ପିତା ପ୍ରିୟଦର୍ଶିନୀଙ୍କ ଘର କଟକରେ ହୋଇଥିବା ବେଳେ ସେ ପୁରୀ ସାମନ୍ତ ଚନ୍ଦ୍ରଶେଖର ଅଟୋନମସ କଲେଜର ପିଜି ଡିପାର୍ଟମେଣ୍ଟର ପ୍ରଥମ ବର୍ଷର ଛାତ୍ରୀ ଅଟନ୍ତି l ସେ ପୁରୀରେ ପାଠ ପଢ଼ୁଥିବା ଘର କଟକ ହୋଇଥିବାରୁ ନିଜ ବାପା ଅର୍ଜ୍ଜୁନ ଚନ୍ଦ୍ର ଜେନାଙ୍କ ସହିତ ଅର୍ପିତା ଆସି ପୁରୀ ସହରର ବିଶ୍ୱମ୍ବର ବିଦ୍ୟାପୀଠ ସମୁଖରେ ଥିବା ପୁଷ୍ପାଞ୍ଜଳି ମିଶ୍ର ମେସ / ବିୟୁଟି ପାର୍ଲର ର ପ୍ରତିଷ୍ଠାତା ପୁଷ୍ପାଞ୍ଜଳି ମିଶ୍ରଙ୍କୁ ସାକ୍ଷାତ କରି ମାସକୁ ଦୁଇ ହଜାର ଲେଖାଏଁ ହିସାବରେ ପାଞ୍ଚମାସ ପାଇଁ ଦଶ ହଜାର ଟଙ୍କା ଅଗ୍ରିମ ଆକାରରେ ଦେବା ସହିତ ମେସ ରେ କୌଣସି ଛାତ୍ରୀ ନଥିବା ହେତୁ ବାପାଙ୍କ ସହିତ ଅର୍ପିତା କଟକ ଫେରି ଜୁଲାଇ ଦଶ ତାରିଖରେ ମେସ କୁ ଆସିଥିଲେ l ଅର୍ପିତାଙ୍କ କହିବାନୁସାରେ ମେସ ରେ ରହିବା ସମୟରେ ପୁଷ୍ପାଞ୍ଜଳି ଅର୍ପିତାଙ୍କୁ ତାଙ୍କ ବିୟୁଟି ପାର୍ଲର କୁ ଆସୁଥିବା ଏବଂ ତାଙ୍କ ଘରକୁ ଆସୁଥିବା ଯୁବକ ମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଏହାକୁ ଅର୍ପିତା ବିରୋଧ କରିବାରୁ ଗତ ଜୁଲାଇ ୨୯ ରାତି ସାଢେ ଆଠୁଟାରେ ଅର୍ପିତା ଖାଦ୍ୟ ଆଣିବାକୁ ବାହାରକୁ ଯାଇଥିବା ବେଳେ ପୁଷ୍ପାଞ୍ଜଳି ଅର୍ପିତା ରହୁଥିବା ରୁମରେ ତାଲା ପକାଇ ଦେଇଥିଲେ l ଅର୍ପିତା ବାଧ୍ୟହୋଇ ଦତ୍ତତୋଟା ରେ ବୁଝିଥିବା ଏକ ମେସରେ ରହିଥିଲେ l ଅଗଷ୍ଟ ତିନି ତାରିଖକୁ ମାସେ ହେଲେ ମେସ ଛାଡିବାକୁ ନିଷ୍ପତି ନେଇ ଅର୍ପିତା ଜୁଲାଇ ୩୦ ସକାଳ ୮ଟା୩୦ରେ ପୁଷ୍ପାଞ୍ଜଳିଙ୍କ ମେସକୁ ଆସି ତାଙ୍କ ରୁମରେ ରହିଥିଲେ l ଅର୍ପିତା ଦିନ ଖାଇବା ଖାଇ ସୋଇଥିବା ବେଳେ ପୁଷ୍ପାଞ୍ଜଳି PCR କୁ ଅର୍ପିତା ଆତ୍ମହତ୍ୟା କରିବା ନେଇ ଜଣାଇବାପରେ ପୋଲିସ ଆସି ଅର୍ପିତାଙ୍କ ରୁମର ଝରକା ପଟେ ଡାକିଥିଲେ l ଅର୍ପିତା ଉଠି ପୋଲିସଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ l ସେଠାରୁ ଅର୍ପିତା ଭଲରେ ସୋଇଥିବାର ଦେଖି ପୋଲିସ ଚାଲିଯାଇଥିଲେ l ଜୁଲାଇ ୩୧ ଦିନରେ ପୁଷ୍ପାଞ୍ଜଳି ଜଣେ ମହିଳା ଓକିଲଙ୍କୁ ଡାକି ଅର୍ପିତାଙ୍କ ବିରୁଦ୍ଧରେ FIR ଲେଖି ଅର୍ପିତାଙ୍କ ରୁମ କୁ ଯାଇ ଅର୍ପିତାଙ୍କ ସହିତ କଥା ହେଉଥିବା ବେଳେ ଅର୍ପିତା ତାଙ୍କ ବିରୁଦ୍ଧରେ ଲେଖା ଯାଇଥିବା FIR ଟିକୁ ଦେଖି ନିଜେ FIR ଟିକୁ ନେଇ ଆସିଥିଲେ l ଏହି ସମୟରେ ପୁଷ୍ପାଞ୍ଜଳି ଏବଂ ତାଙ୍କ ବିୟୁଟି ପାର୍ଲର ମହିଳା କର୍ମଚାରୀ ଅର୍ପିତାଙ୍କ ହାତରୁ FIR ଟି ନେବା ସମୟରେ FIR ଟି ଚିରିଯାଇଥିଲା ଏବଂ ମହିଳା ଓକିଲ ଚାଲିଯାଇଥିଲେ ବୋଲି ଅର୍ପିତା କହିଛନ୍ତି l ଗତକାଲି ସନ୍ଧ୍ୟାରେ ପୁଷ୍ପାଞ୍ଜଳି ଏବଂ ତାଙ୍କ ବିୟୁଟି ପାର୍ଲର କର୍ମଚାରୀ ମାଡମାରି ଏପରିକି ପୁଷ୍ପାଞ୍ଜଳି ପନିକିଧରି ଗୋଡ଼ାଇବା ଏବଂ ମାଡମାରି ରାସ୍ତାରେ ଫିଙ୍ଗି ଦେଇଥିବା ବେଳେ PCR ତାଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ କରାଇଥିଲେ l ଗତକାଲି ରାତିରେ ଅର୍ପିତାଙ୍କ ବାପା ଅର୍ଜୁନ ଜେନା ଏବଂ ମହିଳା ଆଡଭୋକେଟ ସୁସ୍ମିତା ବେଉରା ପୁରୀ ଟାଉନ ଥାନାରେ ପହଞ୍ଚି ଅର୍ପିତାଙ୍କ ସହିତ ମେସକୁ ଯାଇ ଅର୍ପିତାଙ୍କ ରୁମ ଖାଲି କରିବାକୁ ଚାହିଁଥିଲେ କିନ୍ତୁ ପୁଷ୍ପାଞ୍ଜଳି କୌଣସି ଜିନିଷ ନଫେରାଇ ଗାଳିଗୁଲଜ କରିଥିଲେ l ଆଜି ସକାଳୁ ପୁରୀ ଟାଉନଥାନା ପୋଲିସ ଙ୍କ ଉପସ୍ଥିତି ରେ ରୁମ ଖାଲି କରିବା ସହିତ ଫେରସ୍ତ ପାଇବାକୁ ଥିବା ୮୦୦୦ ଟଙ୍କା ବଦଳରେ ପୋଲିସ ଉପସ୍ଥିତି ରେ ପୁଷ୍ପାଞ୍ଜଳି ୫୦୦୦ ଟଙ୍କା ଫେରାଇଛନ୍ତି ବୋଲି ଅର୍ପିତା ପ୍ରକାଶ କରିବା ସହିତ ବର୍ତ୍ତମାନ ମୋର ପରୀକ୍ଷା ଚାଲିଛି ମୋତେ ପୁରୀରେ ଆହୁରି ଗୋଟେବର୍ଷ ରହିବାକୁ ପଡିବ ତେଣୁ ମୋର ପୁରୀରେ ଯାହାବି ଅସୁବିଧା କି କ୍ଷତି ପହଞ୍ଚେ ସେଥିପାଇଁ ପୁଷ୍ପାଞ୍ଜଳି ମିଶ୍ର ଦାୟୀ ରହିବେ ବୋଲି କହିଛନ୍ତି ଅର୍ପିତା ପ୍ରିୟଦର୍ଶିନୀ ଜେନା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
