March 11, 2026

ଶିବ ବିବାହ ଓ ଶୀତଳଷଷ୍ଠୀ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ..

IMG-20250601-WA0047
Share

 

ବୋଲଗଡ଼,୦୧/୦୬(ଉପାନ୍ତ ଖବର):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମର ଆରାଧ୍ୟ୍ୟ ଠାକୁର ଶ୍ରୀ ବାଲୁଙ୍କେଶ୍ଵର ଦେବଙ୍କ ମନ୍ଦିର ପରିସରରେ ଲୋକ ମତ ଓ ଲୋକ ପରମ୍ପରା ଅନୁଯାୟୀ ମହାଦେବ ଶିବ ଏବଂ ଦେବୀ ପାର୍ବତୀଙ୍କର ବିବାହ ଶନିବାର ଦିନ

ସମ୍ପନ୍ନ ହୋଇଯାଇଛି। ଏହାପରେ ମନ୍ଦିର ସମୀପ ରଜ ପଡ଼ିଆ ନାଟ୍ୟ ମଣ୍ଡପରେ ପରିବେଶବିତ କୃଷ୍ଣଚନ୍ଦ୍ର

ଝପଟସିଂହଙ୍କ ପୌରୋହିତ୍ୟ ରେ

‘ଶିବ ବିବାହ ଓ ଶୀତଳ ଷଷ୍ଠୀ’ ପ୍ରସଙ୍ଗ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଏଥିରେ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ଅତିଥି, ବେଗୁନିଆସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ମୁଖ୍ୟ ବକ୍ତା,କଳାକାର ଅଚ୍ୟୁତାନନ୍ଦ ସ୍ୱାଇଁ ସମ୍ମାନିତ ଅତିଥି ରୂପେ ଯୋଗଦେଉ

ପ୍ରଥମେ ସମ୍ବଲପୁରରେ ଲୋକ ମତ

ଓ ଲୋକ ପରମ୍ପରା ଅନୁଯାୟୀ ସମ୍ବଲପୁରରେ ଅନୁଷ୍ଠିତ ଶିବ ବିବାହ

ଓ ଶୀତଳଷଷ୍ଠୀ ପର୍ବ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ। ତାପରେ ସଂପୁର ପାଇକସାହି ମା ବିମଳାଇ

ବାଳିକା ନାଟ୍ୟ ସଂସଦର ପରିଚାଳକଙ୍କ ତତ୍ୱାବଧାନରେ ଉକ୍ତ ମଞ୍ଚରେ ପ୍ରଥମ କରି ବାଳିକା ରାମନାଟକ ମଞ୍ଚସ୍ଥ ହୋଇଥିଲା ।ନେତ୍ର ରଞ୍ଜନ ମିଶ୍ର, ସନ୍ତୋଷ ପ୍ରଧାନ, ଜନାର୍ଦନ ନାୟକ, ବାବୁଲି ସିଂହ, ଇଲା ସିଂହ, ବୀର ଜେନା, ଦେବଦର୍ଶୀ ଜୟସିଂହ, କରୁଣାକର ନାୟକ, ପ୍ରବୀର କୁମାର ମହାନ୍ତିଙ୍କ ସମେତ ସଂପୁର ଗ୍ରାମବାସୀ ସହଯୋଗ କରିଥିଲେ । ନାଟ୍ୟ ନିର୍ଦ୍ଦେଶକ ନୃସିଂହ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

 

ରିପୋର୍ଟ-ମାନସ ରଂଜନ କର।

You may have missed