May 15, 2026

ପୁଣି ଡରାଇଲାଣି କୋରନା  ଦେଶରେ ସକ୍ରିୟ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ୩୩୯୫କୁ ବୃଦ୍ଧି,

IMG-20250601-WA0025
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

ଦିନକରେ ୪ ଜଣଙ୍କ ମୃତ୍ୟୁ।

ଦେଶରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ପାଇବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମେ ୩୧ ସକାଳ ୮ଟା ପର୍ଯ୍ୟନ୍ତ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୩୯୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୮୫ ଜଣ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୧୪୩୫ ଜଣ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ଛତିଶଗଡ଼, କର୍ଣ୍ଣାଟକ, କେରଳ ଏବଂ ଉତ୍ତର ପ୍ରଦେଶର ଜଣେ ଲେଖାଏଁ ରୋଗୀ ଅଛନ୍ତି।