September 17, 2026

କୁବେର ବାବୁଙ୍କ କଳା ସମ୍ପର୍ତ୍ତି 

IMG-20250601-WA0024
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

ମୁଖ୍ୟଯନ୍ତ୍ରୀ ଷଡ଼ଙ୍ଗୀଙ୍କ ଗିରଫ: ଆୟରୁ ଅଧିକ ୧୫ କୋଟିର ସମ୍ପତ୍ତି ଠାବ।

ଭିଜିଲାନ୍ସ ଟିମ୍ ଷଡ଼ଙ୍ଗୀଙ୍କ ଭୁବନେଶ୍ୱର ଏବଂ ଅନୁଗୁଳସ୍ଥିତ ଘରମାନଙ୍କରେ ତଦନ୍ତ କରି ମୋଟ ୨.୫୬ କୋଟି ଟଙ୍କା ନଗଦ, ୧୧୪୧ ଗ୍ରାମ୍ ସୁନା, ୫୦୦ ଗ୍ରାମ୍ ରୂପା, ୧୫ଟି ଦାମୀ ହାତଘଣ୍ଟା ଏବଂ ଏକ କାର୍ ଜବତ କରିଛି। ଆଶ୍ଚର୍ଯ୍ୟର ବିଷୟ ହେଲା, ଭୁବନେଶ୍ୱରସ୍ଥିତ ଘରେ ଭିଜିଲାନ୍ସ କର୍ମୀଙ୍କୁ କବାଟ ଖୋଲିବା ପରିବର୍ତ୍ତେ ଝରକା ବାଟେ ୫୦୦ ଟଙ୍କାର ନୋଟ୍ ଫିଙ୍ଗି ଦିଆଯାଇଥିଲା। ପଡ଼ୋଶୀଙ୍କ ଛାତ ଉପରେ ମଧ୍ୟ ଟଙ୍କାର ଗଦା ମିଳିଥିଲା।

ଭୁବନେଶ୍ୱର, ପୁରୀ ଏବଂ ଅନୁଗୁଳର ୭ଟି ସ୍ଥାନରେ କରାଯାଇଥିବା ତଦନ୍ତରେ ଷଡ଼ଙ୍ଗୀଙ୍କ ନାମରେ ମିଳିଥିବା ସମ୍ପତ୍ତିର ମୋଟ ମୂଲ୍ୟ ୧୫ କୋଟି ଟଙ୍କା ଅତିକ୍ରମ କରିଛି। ଏଥିରେ ଭୁବନେଶ୍ୱରର ଏକ ଲକ୍ଷ୍ମୀବତୀ ଫ୍ଲାଟ୍ (ମୂଲ୍ୟ ୨ କୋଟି+), ଅନୁଗୁଳରେ ଦୁଇଟି କାଠଘର (୨ କୋଟି+), ପୁରୀ ପିପିଲିରେ ଫ୍ଲାଟ୍ (୪୦ ଲକ୍ଷ+), ୭ଟି ଖାଲି ପ୍ଲଟ୍ (୨.୫ କୋଟି), ବ୍ୟାଙ୍କ୍ ଜମା ଓ ବଣ୍ଡ୍ (୧.୫ କୋଟି) ଏବଂ ଶେୟାର ବଜାରରେ ୨.୭ କୋଟିର ବିନିଯୋଗ ଅନ୍ତର୍ଭୁକ୍ତ।

ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା କହିଛନ୍ତି, “ଏତେ ଟଙ୍କା କେଉଁଠୁ ଆସିଲା, କିଏ ଦେଲା, ଏବଂ କେଉଁ ପ୍ରକଳ୍ପରେ ଦୁର୍ନୀତି ହୋଇଥିଲା, ତାହା ଗଭୀର ଭାବରେ ତଦନ୍ତ କରାଯାଉଛି।” ଏହି କେସରେ ୮ ଜଣ ଡିଏସ୍ପି, ୧୨ ଇନ୍ସପେକ୍ଟର୍ ଏବଂ ୬ ଜଣ ଏସ୍ଆଇ ସହିତ ୩୦+ କର୍ମୀ ନିୟୋଜିତ ଥିଲେ। ଯାଞ୍ଚ ଅଧିକ ସମ୍ପତ୍ତି ଉଦ୍ଘାଟନ କରିପାରେ ବୋଲି ଆଶଙ୍କା କରାଯାଉଛି।

You may have missed