July 1, 2024

ଉପାନ୍ତ ଖବର ର ପ୍ରଭାବ ପରେ ଚିଠି ଲେଖିଲେ ଭନସୁଲି ପିଇଓ

Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଭନସୁଲି ପଞ୍ଚାୟତ ର ତଥ୍ୟ ପ୍ରଦାନ କରିବା ପାଇଁ ଉକ୍ତ ପଞ୍ଚାୟତ ପିଇଓ 1000ଟଙ୍କା ଡିପୋଜିଟ କରିବା ପାଇଁ 30 5 2024ତାରିଖ ରେ ସ୍ପିଡ଼ ପୋଷ୍ଟ ଜରିଆରେ ଚିଠି କରିଥିବା ଜଣା ଯାଇଛି ସୂଚନା ଅନୁଯାଇ ସମାଜସେବୀ ହରିଶ କୁମାର ପଟ୍ଟନାୟକ ଭନସୁଲି ଗ୍ରାମ ପଞ୍ଚଯାତର ଉନ୍ନୟନ ମୂଳକ କାର୍ଯ୍ୟ ର କିଛି ତଥ୍ୟ ପାଇବା ପାଇଁ 2023ନଭେମ୍ବର ମାସ 8ତାରିଖ ଦିନ ଆବେଦନ କରିଥିଲେ କିନ୍ତୁ ଆବେଦନ ର ଛ ମାସ ବିତି ଯାଇଥିଲେ ହେଁ କୌଣସି ତଥ୍ୟ ଜାଣି ଶୁଣି ପ୍ରଦାନ କରି ନ ଥିଲେ I 24 5 2024ତାରିଖରେ ଉପାନ୍ତ ଖବର ସମେତ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇବା ପରେ ପିଇଓ ଜ୍ୟୋତି କନ୍ଦପାନ ନିୟମ ଅନୁଯାଇ ତଥ୍ୟ ମାଗଣା ରେ ତଥ୍ୟ ପ୍ରଦାନ କରିବା ବଦଳ ରେ ଟଙ୍କା ଡିପଜିଟ କରିବା ପାଇଁ ମେ ମାସ ତିରିଶ ତାରିଖ ରେ ଚିଠି ପୋଷ୍ଟ କରିଛନ୍ତି. ସେ ଚିଠି ରେ ମଧ୍ୟ ଭୁଲ ତାରିଖ 5 12 2023ଲେଖି ଦସ୍ତଖତ ଦେଇ ପଠାଇ ଥିବା ଜଣା ଯାଇଛି I ଜ଼ିଲ୍ଲା ପଞ୍ଚାୟତ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି ତଦନ୍ତ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଥିବା ଜଣାଯାଇଛି।
(କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର)

You may have missed