May 19, 2024

ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଙ୍କ ସମ୍ପତ୍ତି ଜବତ କଲା ନବରଙ୍ଗପୁର ପୋଲିସ

Share

(ନବରଙ୍ଗପୁର ରୁ ଏମ୍.ଦିନାଶୁ ଆଚାରୀ ଙ୍କ ରିପୋର୍ଟ)

 

ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ଏକ ବଡଧରଣର ସଫଳତା । ଗଞ୍ଜେଇ ମାଫିଆ ବିରୋଧରେ ହୋଇଥିବା ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନରେ ନବରଙ୍ଗପୁର ପୋଲିସ ପ୍ରାୟ 41.41 ଲକ୍ଷ ମୂଲ୍ୟର ବେଆଇନ ଭାବେ ଅର୍ଜିତ ସମ୍ପତି ଜବତ କରିଛି l ଉମରକୋଟ ଥାନା ଅଞ୍ଚଳ ର ଏହି ଦୁଇ ଅନ୍ତଃରାଜ୍ୟ ମାଫିଆ ଚିକଲପଦର ଗ୍ରାମର ଦିନେଶ ବିଶ୍ୱାସ ଓ ବୁର୍ଜା ଗ୍ରାମର ଦିନେଶ ଭଦ୍ରା । ଏହି ବ୍ୟକ୍ତିମାନେ ବିଭିନ୍ନ ସମୟରେ ଓଡିଶା, ଛତିଶଗଡ, ବିହାର, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ବେଆଇନ ଗଞ୍ଜେଇ କାରବାରରେ ସକ୍ରିୟ ଥିଲେ । ସମ୍ପୃକ୍ତ ଅଭିଯୁକ୍ତମାନ

ବେଆଇନ ନେଟୱାର୍କ ମାଧ୍ୟମରେ ଅନେକ ରାଜ୍ୟକୁ ଗଞ୍ଜେଇ ଯୋଗାଣରେ ଜଡିତ ଥିଲେ ଓ ସେ ମାଧ୍ୟମରେ ବେଆଇନ ସମ୍ପତି ଅର୍ଜନ କରିଥିଲେ । ଏଥିପୂର୍ବରୁ ଇନକମ ଟ୍ୟାକ୍ସ ଅଫିସ , ତହସିଲ ଅଫିସ ଓ ବିଭିନ୍ନ ବ୍ୟାଙ୍କ ରୁ ରୁ ସେମାନଙ୍କ ସମ୍ପତି ନେଇ ପୋଲିସ ତରଫରୁ ତଥ୍ୟ ହାସଲ କରାଯାଇଥିଲା । ସମସ୍ତ ସମ୍ପତି ର ତଥ୍ୟରେ ମେଳ ଖାଉନଥିବା ଜାଣିବାକୁ ପାଇଥିଲେ । ପରେ କଲିକତା ସ୍ଥିତ କମ୍ପିଟେଣ୍ଟ ଅଥରୀଟି ଏବଂ ଏଡିମିଷ୍ଟ୍ରେଟର ମାମଲା ବିଚାର କରି ଏସବୁ ସମ୍ପତିକୁ ବ୍ୟାଜାପ୍ତ କରିବା ପାଇଁ ଆଦେଶ

ଦେଇଛନ୍ତି । ଯାହାକୁ ନେଇଁ ନବରଙ୍ଗପୁର ପୋଲିସ ସେମାନଙ୍କ ସମ୍ପତ୍ତି (2 ଟି ଘର )ଜବତ କରିଛି l ସେମାନେ ଅନେକ ଏନଡିପିଏସ ଆକ୍ଟ ମାମଲାରେ ଜଡିତ । ଅନୁସନ୍ଧାନ ପରେ ଏହି ଦୁଇ ମାଫିଆ ଙ୍କ ଦୁଇଟି ଘର ସିଜ କରାଯାଇଛି l ପୂର୍ବରୁ ଦିନେଶ ବିଶ୍ୱାସ NDPS କେଶ ରେ ଗିରଫ ହୋଇ ଜେଲ ରେ ଥିବା ବେଳେ ଦିନେଶ ଭଦ୍ରା ଫେରାର ଥିବା ନବରଙ୍ଗପୁର SP ସୂଚନା ଦେଇଛନ୍ତି ।

ଏଥିପୂର୍ବରୁ 2020 ମସିହାରେ ନବରଙ୍ଗପୁର ପୋଲିସ ତରଫରୁ କୋଷଗୁମୁଡ଼ା ଅଞ୍ଚଳ ର ପନାରଗୁଡା ଗ୍ରାମର ତିନି ଭାଇ ଙ୍କ ଠାରୁ ଚାରି କୋଟି ସତସ୍ତରୀ ଲକ୍ଷ ଟଙ୍କା ମୂଲ୍ୟ ର ସ୍ଥାବର ଅସ୍ଥାବର ସମ୍ପତି ଜବତ ହୋଇଥିଲା l ସେହିଭଳି 2022 ମସିହାରେ ଉମରକୋଟ ଥାନା ଅଞ୍ଚଳ ବି.ଏସ.ପଦର ଗ୍ରାମର ବାପା ଓ ଦୁଇ ପୁଅ ଙ୍କ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟ ର ସମ୍ପତ୍ତି ସିଲ ହୋଇଥିଲା l ନବରଙ୍ଗପୁର ପୋଲିସ ବାରମ୍ବାର ଗଞ୍ଜେଇ ମାଫିଆ ଙ୍କ ସମ୍ପତ୍ତି ସିଲ କରୁଥିବାରୁ ବର୍ତ୍ତମାନ ଗଞ୍ଜେଇ ମାଫିଆ ମଧ୍ୟରେ ଭାଲେଣି ପଡିଛି ।