May 10, 2026

ସମ୍ବଲପୁର: ଇଦୁଲ ଫିଦର ଅବସରରେ ରକ୍ତଦାନ ଶିବିର, ୭୧ ୟୁନିଟ ରକ୍ତ ସଂଗ୍ରହ

IMG-20250401-WA0059
Share

 

ସମ୍ବଲପୁର: ଆଜି ସମ୍ବଲପୁର ସହରରେ ରକ୍ତଦାନ ଶିବିରରେ ଦେଖିବାକୁ ମିଳିଛି ଭାଇଚାରା ସମ୍ପର୍କ। ଇଦୁଲ ଫିଦର ଅବସରରେ ସମ୍ବଲପୁର ଓ ବୁର୍ଲା ରକ୍ତଭଣ୍ଡାର ଦ୍ଵାରା ୭୧ ଇଉନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଯାହା ମୁସଲିମ୍ ସମ୍ପ୍ରଦାୟ ଦ୍ଵାରା ଆୟୋଜିତ ହୋଇଥିଲା। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଏହା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସିଡିଏମଓ, ଏଡିଏମଓ ଡ଼ଃ ଅଲେଖ ମହାପାତ୍ର, ଡ଼ଃ ସୁଧାଂଶୁ ବଡ଼ପଣ୍ଡା , ଡ଼ଃ ରୋହିତ ଗୋଏଲ୍ (ସହଯୋଗୀ ଅଧ୍ୟାପକ, ଶଳ୍ୟଚିକିତ୍ସା ବୁର୍ଲା), ସୁଧୀର ପୁଜାରୀ (ଉତ୍ସର୍ଗ), ସଂଜୀତ ମହାନ୍ତି (ବିଜେଡି ନେତା), ପଳ୍ଟୁ ଅଗ୍ରୱାଲ୍ (ଲାଏନ୍ସ କ୍ଲବ୍), ଜିଲ୍ଲା ରେଡ଼କ୍ରସ ର ପୂର୍ବତନ ସମ୍ପାଦକ ଜୟ ଜର୍ଜଙ୍କ ସହିତ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ଆତିଫ୍ ଆଲମ୍ ଏହି ଶିବିରରେ ୬୨ତମ ଥର ପାଇଁ ରକ୍ତଦାନ କରି ସମାଜ ପାଇଁ ଏକ ନୁଆଁ ଇତିହାସ ତିଆରି କରିଛନ୍ତି।ଏହା ସହିତ ଅନେକ ଉତ୍ସାହୀ ରକ୍ତଦାତା ପ୍ରଥମ ଥର ପାଇଁ ରକ୍ତ ଦାନ କରି ନିଜର ମହାନୁଭବତା ଦେଖାଇଛନ୍ତି। ଯେଉଁଥିରେକି ମହିଳା ରକ୍ତଦାତାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।ଏହି ଶିବିର ଆୟୋଜନର ପ୍ରମୁଖ ଉଦ୍ଦେଶ୍ୟ ଥିଲା ସମ୍ବଲପୁର ନାଗରିକ ମାନଙ୍କ ମଧ୍ୟରେ ଭାଇଚାରା ଓ ସଂହତିର ବାର୍ତ୍ତା ପହଞ୍ଚାଇବା ଏବଂ ଗ୍ରୀଷ୍ମ ଋତୁ ଅବଧିରେ ରକ୍ତ ସଂକଟ ଦୂର କରିବା।