May 10, 2026

ସଂପୁରରେ ପବିତ୍ର ଉତ୍କଳ ଦିବସ ପାଳିତ,ଓଡ଼ିଶାର ବିକାଶ, ଅଖଣ୍ଡତା ଓ ଏକତା ସୁଦୃଢ ହେଉ l

IMG-20250401-WA0062
Share

 

ବୋଲଗଡ,୦୧/୦୪(ଉପାନ୍ତ ଖବର): ବୋଲଗଡ ବ୍ଲକ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ସଂପୁର ସ୍ଥିତ ପାଞ୍ଚଗଡ଼ ସୃଜନ ଶୀଳ ସମିତି ଆନୁକୂଲ୍ୟରେ ଓ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ପବିତ୍ର ଉତ୍କଳ ଦିବସ ମହାଆଡ଼ମ୍ବର ସହକାରେ ହରିରାଜପୁର ପ୍ରାଥମିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ବୋଲଗଡ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଚରଣ ବେହେରା, ମୁଖ୍ୟବକ୍ତା ଭାବେ ବୋଲଗଡ ବ୍ଲକ ଓଷ୍ଟା ଶାଖା ସଭାପତି ସୀତାକାନ୍ତ ମିଶ୍ର ଓ ସମ୍ମାନିତ ଅତିଥିଭାବେ ଯୁବ ସମାଜସେବୀ ବାସୁଦେବ ସାହୁ,ଚିଲିକା ବ୍ଲକ ଓଷ୍ଟା ସମ୍ପାଦକ କୁନା ମହତ୍ୱ, ବେଗୁନିଆ ବ୍ଲକ ଓଷ୍ଟା ସହସମ୍ପାଦକ ପ୍ରଭାତ କୁମାର ସାହୁ ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥ ଓ ମହାପୁରୁଷ ମାନଙ୍କ ଫୋଟୋ ଚିତ୍ରରେ ଫୁଲ ଚନ୍ଦନ, ଧୂପ ଦୀପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ। ଉତ୍ସବର ପ୍ରାରମ୍ଭରେ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଦେଶାତ୍ମକ ସଂଗୀତ ପରିବେଷଣ କରିଥିଲେ l ହରିରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଚିତ୍ତରଞ୍ଜନ ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସଭାପତି ତଥା ସାମ୍ବାଦିକ ନିରଞ୍ଜନ ନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରି ପବିତ୍ର ଉତ୍କଳ ଦିବସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଏହି ପବିତ୍ର ଦିବସରେ ସଂପୁର ଗ୍ରାମର ବହୁ ଜନସାଧାରଣ, ଛାତ୍ର ଛାତ୍ରୀ, ସମାଜ ସେବୀ, ଯୁବ ଗୋଷ୍ଠି ଓ ବହୁ ସାମ୍ବାଦିକମାନେ ଯୋଗଦେଇ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ l ବହୁ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପାଞ୍ଚଗଡ଼ ସୃଜନ ଶୀଳ ସମିତି ତରଫରୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ଟ୍ରଫି ଓ ପ୍ରମାଣ ପ୍ରଦାନ କରିଥିଲେ l ରାଜ୍ୟର ଓଡିଆ ଭାଷା, ସାହିତ୍ୟ, ଲୋକ କଳା, ସଂସ୍କୃତି ଓ ରାଜ୍ୟ ସୀମା ସୁରକ୍ଷା ତଥା ବିକାଶ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ସମ୍ପର୍କରେ ସମସ୍ତ ନିମନ୍ତ୍ରିତ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ l ସମସ୍ତ ଓଡିଶାବାସୀ ଉତ୍କଳ ରାଜ୍ୟର ଏକତା, ଅଖଣ୍ଡତା, ସଂହତି, ସମନ୍ୱୟ, ସୁରକ୍ଷା ରକ୍ଷା କରିବା ପାଇଁ ଶପଥ ନେବାକୁ ସଭାପତି ପ୍ରମୋଦ କୁମାର ସ୍ୱାଇଁ ଅନୁରୋଧ କରିଥିଲେ l ରାଜ୍ୟ ତଥା ଭାରତ ବର୍ଷର ସ୍ୱାଧୀନତା ଓ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ମା’ ମାଟି ଓ ମାତୃଭାଷା କୁ ଭଲ ପାଇ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ସମସ୍ତେ ୨ମିନିଟି ନୀରବ ପ୍ରାର୍ଥନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ପାଞ୍ଚଗଡ଼ ସୃଜନ ଶୀଳ ସମିତିର ସମ୍ପାଦକ ସମ୍ବିତ କେଦାର କର, ସହ ସମ୍ପାଦକ ସାନନ୍ଦ କୁମାର ସାହୁ, ଅବିନାଶ ମହାନ୍ତି, ଶାନ୍ତନୁ ଛୋଟରାୟ, ପୂର୍ଣ୍ଣଚନ୍ଦ୍ର ଲେଙ୍କା, ଚିକୁ ମହାନ୍ତି, ପ୍ରଧାନ ଶିକ୍ଷକ ଶେଖ ଉମର ଫାରୁକ, ଧନେଶ୍ୱର ସ୍ୱାଇଁ, ଚନ୍ଦନ, ଅମର ଓ ଲିଟନ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ସମାଜ ସେବୀ ହର ପ୍ରସାଦ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।