May 26, 2025

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ପାଳିତ….

Share

 


ବୋଲଗଡ଼, (ଉପାନ୍ତ ଖବର):ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କାଉତରାସ୍ଥିତ
ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ
ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ
ଶିକ୍ଷକ ସୁବଳ ଛୁଆଳ ସିଂହଙ୍କ ଆବାହକତ୍ୱ ଓ ଶିକ୍ଷକ ଜନ୍ମେଜୟ ମାଝୀଙ୍କ ସଂଯୋଜନାରେ ଏକ ସଭା
ଏଇ ଅବସରରେ ଅନୁଷ୍ଠି ହୋଇଥିଲା। ଉକ୍ତ ସଭାରେ ସାରଙ୍ଗଧରପୁର ଉଚ୍ଚ
ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ରଥ ପୌରୋହିତ୍ୟ କରିଥିଲେ । ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ
ପ୍ରଧାନ ଶିକ୍ଷକ ପ୍ରଧାନୀ ବୃନ୍ଦାବନ ମହାପାତ୍ର ମୁଖ୍ୟ ଅତିଥି, ଉତ୍କଳ ସ୍ୱାଭିମାନ ମଞ୍ଚର ସଂଯୋଜକ ଅର୍ଜୁନ ପରମଗୁରୁ ମୁଖ୍ୟବକ୍ତା, ଦର୍ପନାରାୟଣପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ସାମନ୍ତରାୟ, ବୋଲଗଡ଼ ଶିକ୍ଷକ ପରିବାରର ସଭାପତି ପ୍ରମୋଦ କୁମାର ସ୍ୱାଇଁ, ଭୀମପଡା ସାଧନ କେନ୍ଦ୍ର ସଂଯୋଜକ ଏମ, ଡି. ମୁସ୍ତାକ ଅଲ୍ଲୀ, ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ବିଜୟ କୁମାର ନାୟକ, ମୋ ସ୍କୁଲ କମିଟିର ସଭାପତି ଗଙ୍ଗାଧର ନାୟକ, ସମାଜସେବୀ ଭାଗୀରଥି ମହାରଣା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବିଦ୍ୟା୍ଳୟ ପରିବେଶରେ ଉତ୍କଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷ ଚନ୍ଦ୍ର
ବୋଷ ଓ ଉତ୍କଳମଣି ଗୋପବନ୍ଧୁ
ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଶିକ୍ଷକ ଜନ୍ମେଜୟ
ମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ନିତ୍ୟାନନ୍ଦ
ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ
ଦୁଇ କମିଟିର ସମସ୍ତ ସଭ୍ୟସଭ୍ୟା
ସହଯୋଗ କରିଥିଲେ।

(ସୁଶାନ୍ତ କୁମାର ପ୍ରଧାନ)

You may have missed