May 26, 2025

 କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା…

Share

ବେଲଗୁଣ୍ଠା, 1/03, ଆଜି କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କୁ ବନ ବିଭାଗ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଭଞ୍ଜନଗର ଲାଲସିଂ ସ୍ଥିତ ନର୍ସରୀ ଠାରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର୍ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଦକ୍ଷିଣ ଘୁମୁସର ବନଖଣ୍ଡ ଏସିଏଫ୍ ରଜତ କୁମାର ମିଶ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠି,ବନାଞ୍ଚଳ ଅଧିକାରୀ କୁମର ବେହେରା,ପୃଥ୍ଵୀରାଜ ପ୍ରଧାନ, ବୈରାଗୀ ବେହେରା, ପ୍ରଶାନ୍ତ କୁମାର ସାହୁ, ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜୀ,ଅଶୋକ କୁମାର ହୋତା ପ୍ରମୁଖ ଯୋଗ ଦେଇ ଶ୍ରୀ ବେହେରାଙ୍କ କାର୍ଯ୍ୟଶୈଳୀ, ଜଙ୍ଗଲ ଏବଂ ଜଙ୍ଗଲୀ ଜନ୍ତୁ ସୁରକ୍ଷାରେ ତାଙ୍କର ନିଷ୍ଠାପର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ I ଏହି ଅବସରରେ ନୂତନ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ଭାବେ ଯୋଗ ଦେଇଥିବା ପୃଥ୍ଵୀରାଜ ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଥିଲା I ବନପାଳ ଜୀବାନନ୍ଦ ତ୍ରିପାଠି ଏବଂ ଶଂକର୍ଷଣ ଗୌଡ଼ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I କେନ୍ଦ୍ରୀୟ ବନାଞ୍ଚଳ ଏବଂ ଉତ୍ତର ଘୁମୁସର ବନଖଣ୍ଡର ସମସ୍ତ ବନପାଳ ଏବଂ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ନୂତନ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ଵୀରାଜ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ
(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)

You may have missed