ମା କାଳୀ ସୁନ୍ଦରୀ ମନ୍ଦୀର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ…….

maap
Share

 

ଉମରକୋଟ – ଉମରକୋଟ ପୈାର ପରିଷଦର ଡଙ୍ଗରୀ ଗୁଡା ସ୍ଥିତ ଆଦର୍ଶ ବିଦ୍ୟାଳୟ ପାଖରେ ଥିବା ମାଁ କାଳୀ ସୁନ୍ଦରୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହା ଆଡ଼ମ୍ବରରେ କରାଯାଉଛି। ଏହି ପ୍ରତିଷ୍ଠା ଉତ୍ସଵ ଚାରିଦିନ ଧରି ଚାଲିବ।୨୯ ମାର୍ଚ୍ଚ ଶୁକ୍ରବାର ଠାରୁ ଆରମ୍ଭ ହୋଇ ୧ ଏପ୍ରିଲ୍ ତାରିଖ ସୋମବାର ପର୍ଯ୍ୟନ୍ତ ଚାଲିବ। ଶୁକ୍ରବାର ଦିନ ଅଙ୍କୁରା ରୋପଣ,ମଣ୍ଡଳ କରଣ,ଶନିବାର ଦିନ ବନଯାଗ, ଜଳଯାତ୍ରା,ଯଜ୍ଞ କର୍ମାରମ୍ଭ ହୋଇଥିଲା। ଆଜି ଥିଲା ମା’ଙ୍କ ନୂତନ ମନ୍ଦିର ର ରତ୍ନମୁଦ, ଦେବି ଙ୍କ ନଗର ପରିକ୍ରମା, ଦେବତାସ୍ନାନ ଓ ହୋମ , ସୋମବାର ଦିନ ନୂତନ ମନ୍ଦିରରେ ଦେବି ପ୍ରବେଶ, ସର୍ବ ସାଧାରଣ ଦର୍ଶନ, ଯଜ୍ଞର ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ୭ ଜଣ ବ୍ରାହ୍ମଣ ଦ୍ୱାରା କରାଯାଉଛି।ମୁଖ୍ୟ ପୂଜକ ଭାବେ ସତ୍ୟ ମିଶ୍ର ରହିଥିବା ବେଳେ ସହଯୋଗୀ ଭାବେ କୋଟପାଡ଼ ସହର ର ଦେବୀ ସଙ୍କର ବ୍ରହ୍ମ। , ବୋରିଗୁମା ଗ୍ରାମର ରବୀନ୍ଦ୍ର ମହାପାତ୍ର, ମାନସ ରଞ୍ଜନ ଦାସ, ବିଶ୍ଵମୋହନ ପଣ୍ଡା,ପ୍ରଶାନ୍ତ ଶତପଥୀ, ବିକାଶ କୁମାର ନାହାକ ରହିଛନ୍ତି।ଶୁକ୍ରବାର ଶତାଧିକ ମହିଳା ଜଳ ଯାତ୍ରା ରେ ସାମିଲ ହୋଇ ଭସ୍କେଲ ନଦୀରୁ ଜଳ ନେଇଥିଲେ। ପୌରାଣିକ କଥା ବସ୍ତୁ ଅନୁଯାଇ ଉମରକୋଟ ସହର ବାସୀଙ୍କ ସୁରକ୍ଷା ପାଇଁ ସହରର ଚତୁର୍ପର୍ଶ୍ଵ ରେ ଆଠ ଗୋଟି ଯୋଗିନୀ ରହିଛନ୍ତି ।ଏହି ଦେବା ଦେବୀ ଙ୍କ ସୁଦୃଷ୍ଟି ଯୋଗୁଁ ସହରବାସୀ ସୁରକ୍ଷିତ ରହିଛନ୍ତି ବୋଲି ବୁଦ୍ଧିଜୀବୀ ଙ୍କ ମଧ୍ୟରେ ଆଲୋଚନା କରାଯାଉଛି ।ଆଠ ଗୋଟି ଯୋଗିନୀ ମଧ୍ୟରୁ କାଳୀସୁନ୍ଦରୀ ମା ଙ୍କ ମହିମା ଅନ୍ୟତମ। ତାରିଣୀ ବେହେରା ଭିକାରୀ ପ୍ରଧାନ, ଦେବେନ୍ଦ୍ର ,ହଟିଆ ରାଉତ,ଜେନ ଗିଲିଆ,ଗୌତମ ଘରାମି,ଚିଣ୍ଟୁ ବଳ, ଡମ୍ବରୁ ମାଳି, କମଳୁ ମାଳି ତଥା ଶତାଧିକ ଭକ୍ତଙ୍କ ସହଯୋଗ ଯୋଗୁଁ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ ହୋଇ ପାରିଛି।ଦେବୀଙ୍କ ସହର ପରିକ୍ରମା ସମୟରେ ମାଣିକ ମଜୁମଦାର, ପ୍ରଦୀପ ରାୟ, ଭଦ୍ରରୁ ରାଜଗଣ୍ଡ, ଦଶରଥ ରାଜଗଣ୍ଡ, ବଳରାମ ରାଜଗଣ୍ଡ,ପ୍ରଦୀପ ବାଘ ଙ୍କ ସହ ଶତାଧିକ ଭକ୍ତ ସହର ପରିକ୍ରମା ରେ ସାମିଲ ହୋଇ ଥିଲେ(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed