May 10, 2026

୨୮ ଫେବୃଆରୀ ୨୦୨୫ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ.

IMG-20250301-WA0016
Share

ନୂତନ ସମ୍ମିଳନୀ କକ୍ଷରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ତତ୍ତ୍ଵାବଧାନରେ ପଦାର୍ଥ ବିଜ୍ଞାନ ବିଭାଗ ଓ “Brick institutes of life sciences ଭୁବନେଶ୍ୱର” ର ମିଳିତ ଉଦ୍ୟମରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଛି। ଉକ୍ତ ସଭାରେ ପ୍ରଫେସର ଗୀତାଞ୍ଜଳୀ ଦାଶ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ ସ୍ବାଗତ ସମ୍ବର୍ଧନା ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଫେସର୍ ସିଦ୍ଧାର୍ଥ ଶଙ୍କର ପଣ୍ଡା ମଞ୍ଚାସୀନ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ। Brick institute of life sciences ର ପ୍ରଫେସର୍ ପୁନୀତ ପ୍ରସାଦ ଶାହା ନିଜର ବକୃତାରେ ବିଜ୍ଞାନରେ ଗବେଷଣାର ଗୁରୁତ୍ଵ ବିଷୟରେ ଆଲୋକପାତ କରିଥିଲେ।ପ୍ରଫେସର ତୁଷାରକାନ୍ତ ବେଉରିଆ ନିଜର ବକୃତାରେ ବୈଜ୍ଞାନିକ ଲୁଇସ୍ ପାଶ୍ଚର ଓ ଅନ୍ୟ ବୈଜ୍ଞାନିକ ମାନଙ୍କର ଜୀବନୀ ବିଷୟରେ ଛାତ୍ର ଛାତ୍ରୀ ତଥା ରିସର୍ଚ୍ଚ ସ୍କଲାର ମାନଙ୍କୁ ଉଦବୋଧନ ମୂଳକ ଭାଷଣ ପ୍ରଦାନ କରିଥିଲେ।ପ୍ରଫେସର ଗୀତାଞ୍ଜଳୀ ଦାଶ ଅତିଥି ମାନଙ୍କୁ ସମ୍ବର୍ଧନା ପ୍ରଦାନ କରିଥିଲେ। ଜାତୀୟ ବିଜ୍ଞାନ ଦିବସ ସମ୍ବନ୍ଧୀୟ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହେଇଥିବା ସ୍ନାତକୋତ୍ତର ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଶେଷରେ ପ୍ରଫେସର୍ ଗୀତାଞ୍ଜଳୀ ଦାଶ ମଧ୍ଯ ନିଜ ବକୃତା ଦ୍ଵାରା ବିଶ୍ଵବିଦ୍ୟାଳୟର ଭବିଷ୍ୟତ ଗବେଷଣା ଓ ଅନ୍ୟାନ୍ୟ ଉନ୍ନତି କାର୍ଯ୍ୟ ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ।ସଭାଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଡ. ଆଦିତ୍ୟ କୁମାର ପଣ୍ଡା ଓ ଏହାସହ ସଭାକାର୍ଯ୍ୟ ସମାପ୍ତ ହେଇଥିଲା।