April 19, 2025

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା….

Share

ସମ୍ବଲପୁର ,ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ ଆଜି ଅବସର ଗ୍ରହଣ କରିଛନ୍ତି | ତେବେ ଆଜି ତାଙ୍କର ଅବସର ଗ୍ରହଣ ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ମାନଙ୍କ ଦ୍ବାରା ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି | ଏହି କାର୍ଯ୍ୟକ୍ରମରେ ସେକ୍ସନ ଅଫିସର ପ୍ରମୋଦ କୁମାର ସେଠ୍, ଡକ୍ଚର ଅମର ତାଣ୍ଡିଆ, ପ୍ରଶାନ୍ତ କୁମାର ମିଶ୍ର, ସଂଜିତ ମାଝୀ, ସୁକଦେବ ଦେଓ୍ବାଙ୍ଗନ, କିଶୋର ଓରାମ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି | ତେବେ ଏହା ସହ ଡାକ୍ତର ସାହୁଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରିଛନ୍ତି | ତାଙ୍କର କାର୍ଯ୍ୟକାଳ ଭିତରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଥିବାରୁ କର୍ମଚାରୀ ମଧ୍ୟ ସେସବୁକୁ ମନେ ପକାଇଛନ୍ତି |