ଆଜିର ଖବର…
➡️୧-୧୬ଟି ବିଭାଗରେ ୭୫୧୯ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ସମୁଦାୟ ୧୩୮ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି।
➡️୨-ଆଜି ଦିନ ୧୧ଟା ଲୋକସଭାରେ ଷଷ୍ଠଥର ପାଇଁ ଅନ୍ତରୀଣ ବଜେଟ୍ଉ ପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ , ଆଗକୁ ନିର୍ବାଚନ ଥିବାରୁ ହୋଇପାରେ ବଡ ଘୋଷଣା ।
➡️୩-ଜାନୁଆରୀ ୩୧ରୁ ଫେବୃଆରୀ ୮ ପର୍ଯ୍ୟନ୍ତ ବୃଦ୍ଧି ହେଲା କାଳିଆ ଛାତ୍ରବୃତ୍ତି ଅନ୍ଲାଇନ୍ ଆବେଦନ ସମୟସୀମା l
➡️୪-ଫେବ୍ରୁଆରି ୩ରୁ ୫ ତାରିଖ ପର୍ଯ୍ୟନ୍ତ ଇ-ଫାଇଲିଂ ପୋର୍ଟାଲରେ ଆୟକର ଟିକସଦାତାଙ୍କ ପାଇଁ ସେବା ବନ୍ଦ ରହିବ l ଏହି ସମୟ ମଧ୍ୟରେ ସିଷ୍ଟମର ବୈଷୟିକ ଉନ୍ନତି ସହିତ ଜଡିତ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ କରାଯିବ l
➡️୫-ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ, ମୁଖ୍ୟ ଆକର୍ଷଣ ସାଜିବ ଅସ୍ଥାୟୀ ମ୍ୟୁଜିୟମ l
➡️୬-Paytmକୁ RBIର ଝଟକା । ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଇଲା ଅଙ୍କୁଶ । ଏଣିକି ଫେବୃଆରୀ ୨୯ ପରେ ଆକାଉଣ୍ଟ, ୱାଲେଟ୍ ଫାସ ଟ୍ୟାଗରେ ଆଉ ଟଙ୍କା ଜମା କରିପାରିବେନି ଗ୍ରାହକ ।
➡️୭-ଏଣିକି ପ୍ରଶ୍ନପତ୍ର ଲିକ୍ କଲେ ୧ କୋଟି ଟଙ୍କା ଜୋରିମାନା ସହ ହେବ ଦଶ ବର୍ଷ ଜେଲ୍ l ଖୁବଶୀଘ୍ର ଏନେଇ ବିଲ୍ ଆଣିବେ ସରକାର l ଏହି ବିଲ୍ ଆସନ୍ତା ସପ୍ତାହରେ ସଂସଦରେ ଆଗତ ହୋଇପାରେ।
➡️୮-ଚିଲିକାରେ ଦୁଇଗୁଣ ବଢ଼ିଲା ବୋଟ୍ ଭଡ଼ା। ଦୁଇ ମାସ ତଳେ ପର୍ଯ୍ୟଟକମାନେ ଯେଉଁଠି ୧୦୬ଟଙ୍କାର ଟିକେଟ୍ କାଟି ମା’ କାଳୀଜାଇଙ୍କ ଦର୍ଶନ କରିବାର ସୁଯୋଗ ପାଉଥିଲେ, ଆଜି ତାକୁ ଦ୍ବିଗୁଣିତ କରାଯାଇଛି।
➡️୯-ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହି ସମସ୍ତ ୩ଟି ଜିଲ୍ଲାରେ ମହିଳା କୈନ୍ଦ୍ରିକ ସ୍ୱୟଂସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଗୁଡିକ ନିର୍ଦ୍ଧାରିତ ବ୍ଲକ୍ଗୁଡିକରେ ରୁଟ୍ଗୁଡିକର ତଦାରଖ କରିବେ ।
➡️୧୦-ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହେଲା ଚାର୍ଜଫ୍ରମ୍ ।
➡️୧୧-ଯାଜପୁର ବିରଜା କ୍ଷେତ୍ରରେ ନିର୍ମାଣ ହେଉଛି ବିଶ୍ୱର ବୃହତ୍ତମ ଶିବମୂର୍ତ୍ତି, ଆସନ୍ତା ମହାଶିବରାତ୍ରିରେ ହେବ ଲୋକାର୍ପିତ l ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ବରାହ ପୀଠ ନିକଟରେ ନିର୍ମାଣ ହେଉଛି ଏହି ବିଶାଳ ମୂର୍ତ୍ତି। ମୂର୍ତ୍ତି ର ଉଚ୍ଚତା ରହିଛି ୧୮୩ ଫୁଟ। ଭୂମିକୁ ଛାଡି ୩୦ ଫୁଟ ଉଚ୍ଚରୁ ନିର୍ମାଣ ହେଉଛି ଏହି ମୂର୍ତ୍ତି।
➡️୧୨-ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହାର ଯୁକ୍ତ ସାମଗ୍ରୀ ପାଇଁ ପ୍ରଯୁଜ୍ୟ କଷ୍ଟମ୍ସ ଡ୍ୟୁଟି 15% ରୁ 10% କୁ ହେଲା ହ୍ରାସ l
➡️୧୩-ରାହୁଳ ଗାନ୍ଧୀଙ୍କ ଓଡିଶା କାର୍ଯ୍ୟକ୍ରମରେ ହେଲା ପରିବର୍ତ୍ତନ, ୪ ଦିନ ବୁଲିବେ ୨ ରାତି ରହିବେ l ସେ ଆସନ୍ତା ୬ , ୭, ୮ ଓ ୯ ତାରିଖରେ ଓଡିଶାରେ ନ୍ୟାୟ ଯାତ୍ରା କରିବେ।
➡️୧୪-ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କଲା ଇଡି । ଆଜି ତାଙ୍କୁ କୋର୍ଟରେ ହାଜର କରିବ ଇଡି l
➡️୧୫-ଜାନୁଆରୀରେ ଜିଏସଟି ସଂଗ୍ରହ ହେଲା ଦ୍ୱିତୀୟ ସର୍ବାଧିକ, ଗତ ବର୍ଷ ତୁଳନାରେ ୧୦% ହୋଇଛି ଅଭିବୃଦ୍ଧି l
➡️୧୬-ଉତ୍ତରପ୍ରଦେଶ ବାରାଣସୀ ଜ୍ଞାନବାପୀ ମସଜିଦ ପରିସରରେ ଥିବା ଦେବଦେବୀଙ୍କ ମୂର୍ତ୍ତିକୁ ପୂଜାର୍ଚ୍ଚନା ପାଇଁ ହିନ୍ଦୁ ପକ୍ଷକୁ ମିଳିଲା ଅନୁମତି l ଆଜିଠାରୁ ପୂଜା ଆରମ୍ଭ ହେବାର ସମ୍ଭାବନା ରହିଛି। ପ୍ରଥମେ ବେସମେଣ୍ଟକୁ ଶୁଦ୍ଧ କରାଯିବ, ପରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ କରାଯିବ। ୧୯୯୩ରୁ ବନ୍ଦ ଥିଲା ପୂଜାର୍ଚ୍ଚନା ।
➡️୧୭-ପାକିସ୍ତାନର ଦୁଇଟି ସହରକୁ ବେଲୁଚିସ୍ତାନ ଆର୍ମି ନାମକ ସଙ୍ଗଠନ କଲା ଜବତ l ଆକ୍ରମଣ ଯୋଗୁଁ ପାକିସ୍ତାନ ସେନା ସୀମାରେ ଥିବା ଦୁଇଟି ସହର ଛାଡି କଲେ ପଳାୟନ l
➡️୧୮-ଆସନ୍ତାକାଲି ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍
➡️୧୯-ଭାରତର ଦୀପ୍ତି ଶର୍ମା ଆଇସିସି ମହିଳା ଟ୍ବେଣ୍ଟି-୨୦ ବୋଲିଂ ମାନ୍ୟତାରେ ଗୋଟିଏ ସ୍ଥାନ ଉଠି ଯୁଗ୍ମ ଦ୍ବିତୀୟ ସ୍ଥାନ କଲେ ଅଧିକାର l
➡️୨୦-ନେଦରଲାଣ୍ଡ୍ସରେ ଶେଷ ହୋଇଥିବା ଟାଟା ଷ୍ଟିଲ୍ ମାଷ୍ଟର୍ସରେ ଭାରତୀୟ ମହିଳା ଚେସ୍ ଖେଳାଳି ଦିବ୍ୟା ଦେଶମୁଖଙ୍କୁ ଦର୍ଶକମାନେ ଯୌନ ଆକ୍ଷେପ କରିଥିବା ଆସିଲା ଅଭିଯୋଗ l ମ୍ୟାଚ୍ ସମୟରେ ସେମାନେ ଦିବ୍ୟାଙ୍କ ଚୁଟି, ପୋଷାକ ଓ ଭାଷା ପ୍ରତି ଧ୍ୟାନ ଦେଉଥିବା ସେ କହିଛନ୍ତି।