November 23, 2024

ବୁଗୁଡ଼ା ବନାଞ୍ଚଳରେ ମୃଗଙ୍କ ସଂଖ୍ୟା ୨,୨୧୨

Share

ବୁଗୁଡ଼ା : ତା ୦୧/୦୨/୨୩ : ବୁଗୁଡ଼ା ବନାଞ୍ଚଳରେ ମୃଗ ଗଣନା ଶେଷ ହୋଇଛି l ସଦ୍ୟ ଗଣନା ଅନୁସାରେ ବୁଗୁଡ଼ା ବନାଞ୍ଚଳରେ ସର୍ବାଧିକ ୨ ହଜାର ୨ ଶହ ୧୨ଟି କୃଷ୍ଣସାର ମୃଗ ଥିବା ଜଣା ପଡିଛି l ଏଥି ମଧ୍ୟରୁ ଅଣ୍ଡିରା ୫୨୪, ମାଈ ୧୩୩ ଓ ଛୁଆ ମୃଗଙ୍କ ସଂଖ୍ୟା ୩୫୨ ବୋଲି ଜଣା ପଡିଛି l ପ୍ରତି ଦୁଇ ବର୍ଷରେ ଥରେ ଏହି ମୃଗ ଗଣନା ହେଉଥିବା ବେଳେ ୨୦୨୧ରେ ମୃଗଙ୍କ ସଂଖ୍ୟା ୨୨୨୬ ଥିବା ବେଳେ ଚଳିତ ବର୍ଷ ମୃଗଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି l ମୃଗ ଗଣନା ପାଇଁ ୨୮ ଟି ୟୁନିଟ ଗଠନ କରାଯାଇଥିବା ବେଳେ ଗଣନାରେ ୭୫ ଜଣ କର୍ମଚାରୀ ନିୟୋଜିତ ଥିଲେ l