June 20, 2026

ବୋରିଗୁମ୍ମା ଜଳସମ୍ପଦ କାର୍ଯ୍ୟାଳୟରେ ପାଣି ପଞ୍ଚାୟତ ପକ୍ଷ ଉଦଘାଟନ କାର୍ଯ୍ୟକ୍ରମରେ ଚାଷୀ ଅସନ୍ତୋଷ। 

IMG-20230201-WA0004
Share

କୋରାପୁଟ, ୧/୨,ହରିଶ ପଟ୍ଟନାୟକଙ୍କ ରିପୋର୍ଟ

 

ବୋରିଗୁମ୍ମା ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି।ବୋରିଗୁମ୍ମା ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପୀତବାସ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋଟପାଡ଼ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ,ସମ୍ମାନିତ ଅତିଥି ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, ମୁଖ୍ୟ ବକ୍ତା ରୂପେ ଜଳ ଏବଂ ଭୁମି ପରିଚାଳନା ପ୍ରତିଷ୍ଠାନ, ଓଡ଼ିଶାର ଗୋଷ୍ଠୀ ସଂଗଠକ ପ୍ରଦୀପ୍ତ କିରଣ ମହାନ୍ତି,ସ୍ବାମୀନାଥନ୍ ଅନୁସନ୍ଧାନ ପ୍ରତିଷ୍ଠାନର ଶ୍ରୀ ଅକ୍ଷୟ କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାଳତି ମାଝି, କେଶବ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ବିଡିକା,ନରେନ୍ଦ୍ର ବିଷୋୟୀ,ଭାସ୍କର ବିଷୋୟୀ, ରମେଶ ବିଷୋୟୀ,ହେଡ୍ ଓ୍ବାର୍କ୍ସର ଅଧୀକ୍ଷଣ ଯନ୍ତ୍ରୀ ସରୋଜ ସାହୁ,ମୂଖ୍ୟ ଯନ୍ତ୍ରୀ ଶତୃଘ୍ନ ମହାରଣା,କୋଟପାଡ ଏସ୍ ଡି ଓ ଜନାର୍ଦ୍ଦନ ସେ ତହସିଲଦାର,କୁସୁମୀ ଏସ୍ ଡି ଓ ସନ୍ତୋଷ କୁମାର ବେହେରା, ବୋରିଗୁମ୍ମା ଏସ୍ ଡି ଓ ଶିବାନା ଆଟକା ପ୍ରମୁଖ ମଞ୍ଚାସୀନ ଥିଲେ।କୋଟପାଡ଼, ବୋରିଗୁମ୍ମା ତଥା କୁସୁମୀ ଅଞ୍ଚଳରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ କିଛି ଚାଷୀଙ୍କୁ ପୁରଷ୍କୃତ ମଧ୍ୟ କରାଯାଇଥିଲା।କୋଟପାଡ଼, ବୋରିଗୁମ୍ମା ତଥା କୁସୁମୀ ଅଞ୍ଚଳର ଶତାଧିକ ଚାଷୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।କାଡା ପ୍ରକଳ୍ପର ଜୟନ୍ତିଗିରି ସ୍ଥିତ କାର୍ଯ୍ୟାଳୟ ଉପରେ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ବିରକ୍ତି ପ୍ରକାଶ କରିଥିଲେ ତଥା ତାଙ୍କର ପ୍ରୟାସର ସଫଳତା ସ୍ବରୁପ ପ୍ରଥମ ଥର ପାଇଁ ସମସ୍ତ ଲୋକ ପ୍ରତିନିଧି ମାନଙ୍କୁ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବର୍ତ୍ତମାନ ଚାଷୀ ଧାନ ବିକ୍ରି କରି ଟଙ୍କା ପାଇ ନାହାନ୍ତି। ମାସ୍ ପ୍ରଦାନରେ ଅନିୟମିତତା ଅଭିଯୋଗ ହେଉଛି। ଜମିକୁ ପାଣି ପହଞ୍ଚି ନ ଥିବା ଭଳି ବିଭିନ୍ନ ସମସ୍ୟା ନେଇ ଗତି କରୁଥିବା ବେଳେ ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।ଅନ୍ୟ ପକ୍ଷରେ ସଙ୍କରଡା ଡିଷ୍ଟ୍ରିବ୍ୟୁସନର ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ଚାଷୀମାନେ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସେଠୀଙ୍କ ଖାମଖିଆଲି ନୀତି ଯୋଗୁଁ ଚାଷୀମାନେ ପାଣି ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଥିଲେ। ଏଥିପାଇଁ ଅସନ୍ତୋଷ ପ୍ରକାଶ ପାଇଥିଲା।

You may have missed