ଆଜିର ଖବର …
୧-ଇଂରାଜୀ ନୂଆ ବର୍ଷ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଓ ଅଭିନନ୍ଦନ।
୨-ପୁରୀ: ବର୍ଷାନ୍ତରେ ୨ଲକ୍ଷ ଶ୍ରଦ୍ଧାଳୁ କଲେ ଦାରୁବ୍ରହ୍ମଙ୍କ ଦର୍ଶନ।
୩-ଆଜି ଟ୍ବିନ ସିଟି ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି: ମେଟ୍ରୋ ଟ୍ରେନ ପାଇଁ ତ୍ରିଶୁଳିଆରେ କରିବେ ଶିଳାନ୍ୟାସ।
୪-ଭୁବନେଶ୍ୱର:୨୦୨୪ରେ କଡଲେଉଟାଇବ ରାଜ୍ୟ ରାଜନୀତି, ଆକ୍ରମଣାତ୍ମକ ଭଙ୍ଗୀରେ ଅଛନ୍ତି ଶାସକ ଓ ବିରୋଧି।
୫-ଭୁବନେଶ୍ୱର:ରାତି ତାପମାତ୍ରା ଅଧିକ ରହୁଛି, ଆଜି ୧୪ ଜିଲ୍ଲାକୁ ଘନ କୁହୁଡି ସତର୍କତା ସୂଚନା ଜାରୀ।
୬-୪ରେ ଚିଲିକା ପକ୍ଷୀ ଗଣନା,୫ଟି ରେଞ୍ଜ ପାଇଁ ୨୧ ଦଳ ସାମିଲ।
୭-କଟକ: ଉତ୍କଳ ସମ୍ମିଳନୀର ୧୨୦ବର୍ଷ ପୂର୍ତ୍ତି ଅବସରରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଓଡ଼ିଆ ଅସ୍ମିତା ସମ୍ମାନ ୨୦୨୩ ପ୍ରଦାନ।
୮-ନବବର୍ଷ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ରାଷ୍ଟ୍ରପତି।
୯-ସମ୍ଭାବନା ଓ ପ୍ରଗତିର ବର୍ଷ ହେଉ ୨୦୨୪: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
୧୦-ଭୁବନେଶ୍ୱର: ବାୟୁ ପ୍ରଦୂଷଣ କବଳରେ ୧୨ ସହର, ବ୍ଯାପୁଛି ଥଣ୍ଡା ଓ ଛାତି ରୋଗ।
୧୧-ଗଛରେ ପିଟି ହୋଇ ଜଳିଗଲା କାର. ଜଣେ ମୃତ, ୩ ଗୁରୁତର । ନୟାଗଡ଼ ଜାମୁସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
୧୨-ଭୁବନେଶ୍ବର ହାଇଟେକ ମେଡ଼ିକାଲରେ ବିସ୍ଫୋରଣ ଘଟଣା, ଗୁରୁତର ୪ଜଣଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ।
୧୩-ତପ୍ତପାଣି ଘାଟିରେ ପିକନିକ୍ ବସ୍ ଓଲଟି ୩୫ ଜଣ ଆହତ, ବସରେ ୬୦ରୁ ଅଧିକ ପର୍ଯ୍ୟଟକ ଥିବା
୧୪-ଚଳିତ ବର୍ଷ ବିଭାଗ ଦ୍ୱାରା ରୁଜୁ ହୋଇଛି ୨୬୫ଟି ଅପରାଧିକ ମାମଲା: ଭିଜିଲାନ୍ସ ଏସପି
୧୫-ରାଜ୍ୟ ପୁଲିସ ମହାନିର୍ଦେଶକ ଭାବେ ଅରୁଣ ଷଡ଼ଙ୍ଗୀ ରବିବାର ଦାୟିତ୍ବ ଗ୍ରହଣ କରିଛନ୍ତି ।
୧୬-ଆଳି: କାମଦେବ ସାଧନା ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଛାତ୍ରଛାତ୍ରୀମାନେ ପାଇଲେ ପ୍ରଶଂସା ପତ୍ର।
୧୭-୧୬ ତମ ଅର୍ଥ ଆୟୋଗ ଗଠନ କଲେ କେନ୍ଦ୍ର ସରକାର: ଅରବିନ୍ଦ ପାନାଗାରିଆ ଅଧ୍ୟକ୍ଷ ନିଯୁକ୍ତ
୧୮-ଭାରତୀୟଙ୍କ ପାଇଁ ସତର୍କ ଘଣ୍ଟି; ରହୁ ନାହିଁ ସଞ୍ଚୟ, ଋଣରେ ବୁଡ଼ିଛନ୍ତି ଲୋକେ|
୧୯-ମୁମ୍ବାଇ:ଗ୍ଲୋଭସ୍ କମ୍ପାନୀରେ ଭୟାଭୟ ଅଗ୍ନି କାଣ୍ଡ,ଶୋଇଥିବା ଅବସ୍ଥାରେ ନିଆଁ ଲାଗି ୬ ମୃତ।
୨୦-ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ନାଁର ଠକେଇ; ନିର୍ମାଣ ନାଁରେ ହେଉଛି ଚାନ୍ଦା ଆଦାୟ,ସତର୍କ କରାଇଲା ହିନ୍ଦୁ ସଂଗଠନ
୨୧-ଏନଆଇଏର ବଡ଼ ଆକ୍ସନ, ଭାରତୀୟ ଦୂତାବାସଠାରେ ଆତଙ୍କ ଖେଳାଇଥିବା ୪୩ ସନ୍ଦିଗ୍ଧଙ୍କୁ କଲା ଚିହ୍ନଟ।
🙏ସୁପ୍ରଭାତ 🙏
