ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ କୋରାପୁଟ ଜିଲ୍ଲାର ୬୭ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ

କୋରାପୁଟ, ୦୧/୧୧: ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଅବସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ କୋରାପୁଟ ଜିଲ୍ଲାର ୬୭ ଜଣ ସେବକ, ସେବିକା ତଥା ଜନଜାତି ଭାଷା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। କୋରାପୁଟସ୍ଥିତ ସଦ୍ଭାବନା ସଭାଗୃହଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ଉପସ୍ଥିତ ରହି ନବନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ ଏସ୍ଡିସି ଉପାଧ୍ୟକ୍ଷା ସୁକାନ୍ତି ମାଝୀ, ପିଏ ଆଇଟିଡିଏ, କୋରାପୁଟ ଶ୍ରୀମତୀ ସ୍ନେହପ୍ରଭା ମାଝୀ ଏବଂ ଏଡିଡବ୍ଲୁଓ, କୋରାପୁଟ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ନିଯୁକ୍ତି ଦ୍ୱାରା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ମାତୃଭାଷା ଆଧାରିତ ଶିକ୍ଷାଦାନକୁ ପ୍ରୋତ୍ସାହନ ମିଳିବ। ବିଶେଷକରି ଜନଜାତି ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭାଷାରେ ଶିକ୍ଷାଲାଭର ସୁଯୋଗ ପ୍ରଦାନ କରିବା ସହ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ଏହା ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲ ରେ ପ୍ରକାଶ ପାଇଥିବାର ଜଣାଯାଇଛି l କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର
