November 1, 2026

ବ୍ରହ୍ମପୁର – ପୁରୀ ରେଳ ଚଳାଚଳ ଦାବିରେ  ନଭେମ୍ବର 22 ରେ ଗଣଧାରଣା 

IMG-20261101-WA0036
Share

ବ୍ରହ୍ମପୁର,

      ସ୍ଥାନୀୟ ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚ

ପକ୍ଷରୁ ଚଳିତ ମାସ 22ତାରିଖ ବୁଧବାର ସକାଳ

10ଘଣ୍ଟା ଠାରୁ ଅପରାହ୍ନ 2ଘଣ୍ଟା ପଯ୍ୟନ୍ତବ୍ରହ୍ମପୁର

ଠାରୁ ପୁରୀ ସିଧାସଳଖ ରେଳ ଚଳାଚଳ, ପୂର୍ବଭଳି ରେଳରେ ପୁରୁଷ ବରିଷ୍ଠଙ୍କୁ 40% ଓ଼

ମହିଳାଙ୍କୁ 50% ରେଳ ଭଡାରେ ରିହାତି ଏବଂ

ପାସେଞ୍ଜର ଓ଼ ଏକ୍ସପ୍ରେସ ରେଳର ପ୍ରତେକବଗି

ର ସିଙ୍ଗଲ ସିଟ ବରିଷ୍ଠ ନାଗରିକ ମାନଂକପାଇଁ

ସଂରକ୍ଷଣ ଦାବୀ ନେଇ ବିଜିପୁର ସନ୍ତୋଷି ମା

ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପ୍ରତିଷ୍ଠାତା ସଭାପତି ଭାଷାତପସ୍ବୀ ତ୍ରିନାଥ ମହାରଣାଙ୍କ o

ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହୋଇଥିଲା / ଉକ୍ତ ବୈଠକରେ ସହରର

ବିଭିନ୍ନ ରାଜନୈତିକ ଦଳ, ସ୍ବେଛାସେବୀ ସଂଗଠନ ଓ଼ ବୁଦ୍ଧିଜୀବୀ ଉପସ୍ଥିତରହି ଗଞ୍ଜାମ ଜିଲ୍ଲାବାସୀଙ୍କ ପ୍ରତି ରେଳବିଭାଗ ବ୍ରହ୍ମପୁର ସମେତ ଜିଲ୍ଲାର ଜଗନ୍ନାଥଭକ୍ତଙ୍କ ପ୍ରତିବୈମାତୃକ

ମନଭାବ ସୃଷ୍ଠି କରୁଛି ବୋଲି ମାତବ୍ୟକ୍ତ କରି

ତାରଠିକଣା ଜବାବ ଦିଆଯିବ / ପ୍ରାରମ୍ବରେ

ସମ୍ପାଦକ ସିମାଞ୍ଚଳ ପାଢ଼ୀ ସୂଚନା ଦେଇ ଥିଲେ

ସଭାପତି ମହାରଣା ଦୀର୍ଘବର୍ଷ ଧରି ଲଢେଇ

ଜାରିରଖିଛନ୍ତି /

         ଉକ୍ତ ପ୍ରସ୍ଥତି ବୈଠକରେ ଡ଼ଃ ସୁବାସ –

ଚନ୍ଦ୍ର ସାହୁ, ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ରବି ରଥ, ଅବନୀ ଗୟା, ମଧୁ ସାହୁ,

ସରିତା ପଣ୍ଡା, ବିଭିନ୍ନ ସଂଗଠନର ସର୍ବଶ୍ରୀ ରବି

ନାରାୟଣ ସାବତ, ଆଇନଜୀବୀ ପ୍ରଭାତ ମିଶ୍ର,

ଉପସଭାପତି ପ୍ରମୋଦ କୁମାର ସାହୁ, ରାଜେନ୍ଦ୍ର –

ମହାନ୍ତି, ପ୍ରଶାନ୍ତ କୁମାର ଶତପତି,ଅଶୋକ ଦଳାଇ, ମୋହନ ଚରଣ ସ୍ୱାଇଁ, ରମେଶ ସାହୁ,

ଗୁଣନିଧି ବେହେରା, ବସନ୍ତ କୁମାର ବିଷୋୟୀ,

ବସନ୍ତ କୁମାର ଶତପଥୀ ପ୍ରମୁଖ ଆଗାମୀ ଜନ –

ଆନ୍ଦୋଳନକୁ ଜୋରଯାର କରାଯିବାକୁ ପ୍ରତିଜ୍ଞା

କରାଯିଵା ସହ ଡିସେମ୍ବର ଦୁଇ ତାରିଖରେ

ଭୁବନେଶ୍ୱର ଜେନେରାଲ ମ୍ୟାନେଜେର, ପୂର୍ଵତଟ ରେଳପଥ କାର୍ଯ୍ୟଳୟ ଠାରେ ଦିବା

11ଘଣ୍ଟା ଠାରୁ ଧାରଣା ଦିଆଯିବାକୁ ସଭାରେ

ନିଷ୍ପତି ନିଆଯାଇଛି / ସଭାପତି ତ୍ରିନାଥ ମହାରଣା ସମସ୍ତଙ୍କୁ ଉକ୍ତ ଗଣ ଆନ୍ଦୋଳନରେ

ହେବାକୁ ଅନୁରୋଧ କରିବା ସହ ରାଜନୈତିକ

ଦଳରୁ ଉର୍ଦ୍ଧରେ ରହି ସମାଜ ସେବାରେ ନିଜକୁ

ସାମିଲ କରିବ�