ଅ ଵେବସ୍ତାରେ ହୁମ୍ମା ହାଟ. ହାଟ କୁ ଜିବାକୁ ନାହଁ ବାଟ
ଅ ଵେବସ୍ତାରେ ହୁମ୍ମା ହାଟ. ହାଟ କୁ ଜିବାକୁ ନାହଁ ବାଟ
===================
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ ରେ ରହିଥିବା ଏସିଆ ମହାଦେଶ ର ପ୍ରସିଦ୍ଧ ହୁମା ସୁକୁଆ ହାଟ ମଧ୍ୟରେ ରାସ୍ତା ର ଅବସ୍ଥା ଟିକିଏ ବର୍ଷ ରେ ଅତି ସୋଚନୀୟ ହେଇପଡିଛି l ଯାହାକୁ ନେଇ ହାଟକୁ ଆସୁଥିବା ଵେବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଘୋର ଅଶୋନ୍ତୋଷ ଦେଖାଦେଇଛି l ପ୍ରକାଶ ଯୋଗ ଯେ ଏହି ହାଟକୁ ଆଧୁନିକ କାରଣ ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ନିର୍ମାଣ ଧୀନ କାର୍ଯ୍ୟ ଜାରିରହିଛି l ଅନ୍ୟ ପଟ ଏହି ହାଟରୁ ଲକ୍ଷାଧିକ ଟଙ୍କା ର ରାଜସ୍ବ ଆଦାୟ ହେଉଥିଲେ ମଧ୍ୟ ସାଧାରଣ ଭାବରେ ହାଟ ଭିତର ରାସ୍ତା ପ୍ରତି କାହାରି ଦୃଷ୍ଟି ନାହିଁ l ଯାହା ଫଳରେ ଵେବ୍ୟସାଇ ଓ ଗ୍ରାହକ ମାନେ କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରିବା ପାଇଁ ବାଧ୍ୟ ହେଉଛନ୍ତି l ହାଟରୁ ଲକ୍ଷଧିକ ଟଙ୍କା ର ରାଜସ୍ବ ଆଦାୟ ହେଉଥିବା ବେଳେ ଏଠାରେ ରାସ୍ତା କାମ କଣପାଇଁ ହେଉନାହିଁ ସାଧାରଣ ରେ ପ୍ରଶ୍ନବାଚୀ ସୁଷ୍ଟି କରିଛି l ଏଥିପ୍ରତି ଜିଲ୍ଲା ଓ ବ୍ଲକପ୍ରଶାସନ ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲ୍ଲରୁ ଦାବିହେଇଛି l
ଏହି ପ୍ରସିଦ୍ଧ ସୁକୁଆ ହାଟ ରବିବାରେ ହୋଇଥିଲେ ମଧ୍ୟ ଶନିବାର ଠାରୁ କିଣା ବିକା ହୋଇଥାଏ l ସୁକୁଆ ସାଙ୍ଗକୁ ପନିପରିବା ବିବାହ କାର୍ଯ୍ୟ ପାଇଁ ନିତ୍ୟାବଶ୍ୟକୟ ସାମଗ୍ରୀ ଏଠାରେ ମିଳିଥାଏ l ହଜାର ହଜାର ବ୍ୟବସାୟୀ ଓ ହଜାର ହଜାର ଆଖପାଖ ଆଞ୍ଚଳର ଲୋକେ ଏହାଉପରେ ନିର୍ଭର କରିବା ସହ ରାଜ୍ୟ ବାହାରୁ ଅସୁବିଧା ବ୍ୟବସାୟୀ ନିର୍ଭର କରନ୍ତି l ହାଟ ଭିତରକୁ ଗିବାପାଇଁ ରାସ୍ତା ଉପରେ ଆଣ୍ଠୁଏ ପାଣି କାଦୁଅ ରେ ଜିବାକୁ ପଡୁଛି l ରବିବାର ବ୍ୟବସାୟ ବଜାର ବନ୍ଦ ହେଲାପରେ ହାଟ କୁ ସଫା କରୁନଥିବାରୁ ବର୍ଷାପାଣି ପଡିଲେ ଅଳିଆ ଆବର୍ଜନା ପଚିସଢ଼ି ଦୁର୍ଗନ୍ଧ ଯୋଗୁଁ କିଣାବିକା ରେ ଅସୁବିଧା ସୁଷ୍ଟି ହେଉଛି l ଯିବା ଆସିବା ପାଇଁ ହାଟକୁ ରାସ୍ତା ନଥିବାରୁ ଜାତୀୟ ରାଜପଥ କରରେ ଯାନ ବାହାନ ରଖି ହାଟ ମଧ୍ୟ କୁ ପ୍ରବେଶ କରିବାକୁ ପଡିଥାଏ l ସେଥିପାଇଁ ଦୁର୍ଘଟଣା ର ସମ୍ଭାବନା ମଧ୍ୟ ଥୟ ତେଣୁ ହାଟ ମଧ୍ୟରେ ରାସ୍ତା ନିର୍ମାଣ ପାଇଁ ବୁଦ୍ଧିଜୀବୀ ମହଳରୁ ଦାବୀ ହେଇଚି