October 31, 2026

ଅନୁଗୋଳ ପୋଲିସ ପକ୍ଷରୁ ଭାରତର ଏକତା ଦିବସ ପାଳିତ 

IMG-20261031-WA0046
Share

 

 

ଅନୁଗୋଳ (୩୧/୧୦) ଅନୁଗୋଳ : ଭାରତର ଏକତା ଓ ଅଖଣ୍ଡତାର ସୂତ୍ରଧର, ମହାନ୍ ସ୍ଵାଧୀନତା ସଂଗ୍ରାମୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ପାଳିତ ହୋଇ ଯାଇଛି ରାଷ୍ଟ୍ରୀୟ ଏକତା ଦିବସ । ଏହି କ୍ରମରେ ଅନୁଗୋଳ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଭିନ୍ନଭିନ୍ନ ଭାବେ ଏହାକୁ ପାଳନ କରା ଯାଇଛି । ଅନୁଗୋଳ ପୋଲିସ ପ୍ରଶାସନ ପକ୍ଷରୁ ରନ ଫର ୟୁନିଟି ଅନୁଷ୍ଠିତ ହୋଇଥିଲା । ଉତ୍ତର କେନ୍ଦ୍ରାଞ୍ଚଳ ଡି ଆଇ ଜି ଆଶିଷ ସିଂହ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ । ଯେଉଁଥିରେ ପୋଲିସ କର୍ମଚାରୀଙ୍କ ସହିତ ବନ ବିଭାଗ କର୍ମଚାରୀ , ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଏହା ସହ ପୋଲିସ ପକ୍ଷରୁ ନଶା ମୁକ୍ତ ଭାରତ ପାଇଁ ସଚେତନ ମଧ୍ୟ କରା ଯାଇଥିଲା । ଏହି କ୍ରମରେ ଜିଲ୍ଲାର ସମସ୍ତ ଥାନାରେ ଆଜି ସମିତି ବୈଠକ କରାଯାଇ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ । ସେହିଭଳି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦିବସକୁ ମହା ଆଡମ୍ବରରେ ପାଳନ କରାଯାଇଛି । ଏଠାରେ ବିଭିନ୍ନ ବର୍ଗର କ୍ରୀଡ଼ାବିଦ , ଛାତ୍ରଛାତ୍ରୀଙ୍କୁ ନେଇ ଗଣ ଦୌଡ କରା ଯାଇଥିବା ବେଳେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଚାରଣ କରା ଯାଇଥିଲା । ଦେଶ ପାଇଁ ଲୌହ ମାନବଙ୍କ ଅବଦାନ ଏବଂ ତାଙ୍କର ଏକତା ଓ ଅଖଣ୍ଡତା ପାଇଁ ପ୍ରଚେଷ୍ଟାର ଗୁଣଗାନ କରିଥଲେ ସମସ୍ତେ ।