ବାତ୍ୟା ‘ଅର୍ଣ୍ଣବ’ରେ ଫସଲ ହାନୀ, କ୍ଷତିପୂରଣ ଦାବିରେ ତହସିଲଦାରଙ୍କୁ ଦାବିପତ୍ର
*ବରଗଡ଼, (ସୁରେନ୍ଦ୍ର କଠାର)*
ଗତ ତା ୨୮.୧୦.୨୦୨୬ରେ ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ପ୍ରବଳ ବର୍ଷା ଓ ପବନରେ ଅତାବିରା ଅଞ୍ଚଳର ଧାନ ଓ ପନିପରିବା ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କିଛି ଜମିରେ ଧାନ ପଡ଼ିଯାଇଥିବା ବେଳେ ଫୁଲ ଫୁଟୁଥିବା ଧାନ କେଣ୍ଡା ବର୍ଷା ଓ ପବନରେ ନଷ୍ଟ ହୋଇଛି।
ଏଣୁ କ୍ଷେତ୍ର ପରିଦର୍ଶନ କରି ସଠିକ୍ ଆକଳନ ପରେ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ଶନିବାର ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ର ପ୍ରଦାନ ସମୟରେ ଚାଷୀ ନେତା ବୀରେନ୍ଦ୍ର କର, ଦଶରଥ ଭୋଇ, ବୁଦ୍ଧଦେବ ନନ୍ଦ, ସୁରେନ୍ଦ୍ର ପ୍ରଧାନ .ସୁବାଷ ବିଶ୍ବାଲ ,ବିଜୟ ପ୍ରମୁଖ ଉପସ୍ଥିତ ଥିଲେ।
