October 30, 2026

ସଡ଼କ ଦୁର୍ଘଟଣାରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ଚନ୍ଦ୍ର ପଧାନଙ୍କ ପରଲୋକ

IMG-20261030-WA0124
Share

 

ବରଗଡ (୩୦/୧୦)ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ର ବରିଷ୍ଠ କଂଗ୍ରେସ ନେତା ତଥା ଗର୍ଭଣା ଗ୍ରାମର ବିଶିଷ୍ଟ ସମାଜସେବୀ ସୁରେଶ ଚନ୍ଦ୍ର ପଧାନଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ସୋହେଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ଶ୍ରୀ ପଧାନ କୌଣସି କାମରେ ନିଜ ବାଇକ୍‌ ଯୋଗେ ୧୦ ମାଇଲ ଛକ ଅଭିମୁଖେ ଯାଉଥିବା ବେଳେ ମହାରାଷ୍ଟ୍ର ନମ୍ବର ଥିବା ଏକ ଆର୍ଟିଗା କାର୍‌ର ଚକ ଫାଟିଯିବାରୁ ଗାଡ଼ିଟି ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି।

ମୃତ୍ୟୁ ବେଳକୁ ତାଙ୍କୁ ପତ୍ନୀ ଯଶୋବନ୍ତି ପଧାନ, ଦୁଇ ପୁଅ ବାପୁନ ଓ ଲିପୁନ, ଏକମାତ୍ର ଝିଅ ଚେତନାଙ୍କ ସମେତ ପୁତ୍ରବଧୂ, ନାତିନାତୁଣୀ ରହିଛନ୍ତି। ଜଣେ ବରିଷ୍ଠ ରାଜନୈତିକ କର୍ମୀ ଓ ସମାଜସେବୀଙ୍କ ବିୟୋଗରେ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି।