October 30, 2026

ସୁରକ୍ଷିତ ଉଦ୍ଧାର କଲେ ଓଡ୍ରାଫ୍ ଯବାନ

IMG-20261030-WA0073
Share

ବ୍ରହ୍ମପୁର ବେଏମସି (BeMC) ଅନ୍ତର୍ଗତ ବିଜୟ ବିହାର ୩ୟ ଲେନ୍‌ରେ ବନ୍ୟା / ଆପାତକାଳୀନ ପରିସ୍ଥିତି ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇପଡ଼ିଥିଲା। ଏହି ସମୟରେ ଜଣେ ଗର୍ଭବତୀ ଯନ୍ତ୍ରଣାରେ ଆକୁଳ ହେଉଥିବା ଖବର ପାଇ ଛତ୍ରପୁର ଓଏସଏପି ୮ମ ବାଟାଲିୟନର ଓଡ୍ରାଫ୍ (OLD ODRAF) ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଓଡ୍ରାଫ୍‌ର ସାହସୀ ଯବାନମାନେ ନିଜ କାନ୍ଧରେ ମହିଳାଙ୍କୁ ବୋହି ପ୍ରାୟ ୧.୨ କିଲୋମିଟର ପାଦରେ ଚାଲି ଚାଲି ସୁରକ୍ଷିତ ଭାବେ ମୁଖ୍ୟ ରାସ୍ତାକୁ ଆଣିଥିଲେ। ଏହାପରେ ତାଙ୍କୁ ତୁରନ୍ତ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଯବାନମାନଙ୍କର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ନିଶ୍ୱାର୍ଥପର ସେବା ପ୍ରଶଂସା ଯୋଗ୍ୟ।