October 30, 2026

ଲଗାଣ ବର୍ଷା ପ୍ରଭାବରେ….. ଖରଖରି ନାଳରେ ଜଳସ୍ତର ବୃଦ୍ଧି…. ଗଞ୍ଜାମ ବ୍ଲକ୍ ର ବହୁଗ୍ରାମ ଜଳବନ୍ଦୀ। ଶସ୍ୟକ୍ଷେତ୍ର ଜଳମଗ୍ନ ଯୋଗୁଁ ଚାଷୀକୁଳ ଚିନ୍ତିତ 

IMG-20261030-WA0072
Share

 

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି l ଖରଖରି ନାଳରେ ବନ୍ୟଜଳ ବୃଦ୍ଧି ଯୋଗୁଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାସୀ ପଞ୍ଚାୟତର କଣ୍ଠିଆପଲ୍ଲୀ -ବରପଲ୍ଲୀ ,ବିରିପୁର , ଅଲ୍ଲିଆବଦ , କରପଡା, କାଚରାରାସ୍ତା ଜଳ ମଗ୍ନ ବରପଲ୍ଲୀ, ଭୁଆଁଭୂଇଁ ଗ୍ରାମବାସୀ ଜଳବନ୍ଦୀ ହୋଇଥିବା ବେଳେ ବରପଲ୍ଲୀ ଗାଁ ମଧ୍ୟରେ ପାଣି ପଶିଥିବା ଅଭିଯୋଗ ହୋଇଛି l ସ୍ଥାନୀୟ ଅଂଚଳରେ ରହିଥିବା ଚାଷ ଜମି ଜଳମଗ୍ନ ହୋଇ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ଥ ହୋଇପଡ଼ିଥିବା ଲକ୍ଷ କରାଯାଇଛି l

ସେହିପରି ଖଣ୍ଡଦେଉଳି -ପୋଇରାସୀ ମୁଖ୍ୟ ରାସ୍ତା ରେ ବନ୍ୟା

ଜଳ ପ୍ରବାହିତ ହେବା ସହ ଯିବାଆସିବା କ୍ଷେତ୍ରରେ ସମସ୍ୟା ଉପୁଜିଛି l ଯାହାକୁନେଇ ସ୍ଥାନୀୟ ଅଂଚଳବାସୀ ନାହିନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି l

ସ୍ଥାନୀୟ ପଞ୍ଚାୟତ ର ପୋଇରାସୀ, କାଇଁଚପୁର, ଭୁଆଁଭୂଇଁ, ବରପଲ୍ଲୀ କାଳୁଆବାଡ଼ି ତାରିଣୀପଲ୍ଲୀ, ରାମଚନ୍ଦ୍ର ପୁର, ରେ ରହିଥିବା ଶସ୍ୟକ୍ଷେତ୍ର ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇପଡ଼ିଥିବା ଅଭିଯୋଗ ହୋଇଛି l

ଖବରପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କୁ ଆସ୍ବାସନା ହେବାସହ ଜିଲ୍ଲାପାଳ ଓ ବିଡ଼ିଓ ଙ୍କ ଦୁଷ୍ଟି ଆକର୍ଷଣ କରିଛନ୍ତି l