October 29, 2026

ପୂର୍ବତନ ଆଇଆଇସି ଦେବଯାନୀ ନାଏକଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ..

IMG-20261029-WA0158
Share

 

ହାଟଡିହି ତା ୨୯/୧୦(ମନମୋହନ ନାୟକ) : ହାଟଡିହି ବ୍ଲକ ଅନ୍ତର୍ଗତ ବିଷ୍ଣୁପ୍ରିୟା ବାଳାଶ୍ରମ ପରିସରରେ ପୂର୍ବତନ ଆଇଆଇସି ଦେବଯାନୀ ନାଏକଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ପିତାମ୍ବର ଜେନାଙ୍କ ଆୟୋଜିତ ଏହି ସ୍ମୃତିସଭାରେ ବିଜେଡି ନେତା ଗୌରାଙ୍ଗ ରଣା, ହରେକୃଷ୍ଣ ବେହେରା, ଅନନ୍ତ ଗୋପାଳ ପଣ୍ଡା, ଅମୀୟ ନାୟକ, ଉଦୟନାଥ ସାହୁ, ଗଣେଶ ଜେନା, ଜିତେନ୍ଦ୍ର ସାହୁ, ସ୍ନେହାଂଶୁ ଦାସ, ବରଦା ପ୍ରସନ୍ନ ନାୟକ, ଆର୍ତ୍ତବନ୍ଧୁ ସୁଆର ଓ ବୁନି ସାହୁଙ୍କ ସମେତ ବାଳାଶ୍ରମର ଅନ୍ତେବାସୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଉପସ୍ଥିତ ଅତିଥିମାନେ ସ୍ୱର୍ଗତ ଦେବଯାନୀ ନାଏକଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ତାଙ୍କର ଜୀବନାଦର୍ଶ, କର୍ତ୍ତବ୍ୟନିଷ୍ଠା ଓ ସ୍ମୃତିଚାରଣ କରିବା ସହ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

You may have missed