ଉମରକୋଟ ‘ବିକଶିତ ଓଡ଼ିଶା ୨.୦’ ମେଗା ପ୍ରଦର୍ଶନୀର ଭବ୍ୟ ସମାପନ ସମାରୋହ ଉମରକୋଟ ରେ ଆୟୋଜିତ ପ୍ରଦର୍ଶନୀ ବିକାଶର ନୂଆ ଦିଗ ଦେଖାଇବ – ସାଂସଦ ବଳଭଦ୍ର ମାଝୀ……..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ୩ଦିନ ଧରି ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଇଥିବା ବିକଶିତ ଓଡ଼ିଶା ୨.୦ର ମେଗା ପ୍ରଦର୍ଶନୀ ଆଜି ସମାପନ ଘଟିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ଜନକଲ୍ୟାଣ କାରୀ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଉମରକୋଟ ଭଳି ଅଞ୍ଚଳରେ ‘ବିକଶିତ ଓଡ଼ିଶା ୨.୦’ ପ୍ରଦର୍ଶନୀ ଆୟୋଜନ ଏକ ନୂତନ ବିକାଶର ଦିଗ ଦେଖାଇବ ବୋଲି ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ କହିଛନ୍ତି। ସାଂସଦ ଙ୍କ ମାଗଦର୍ଶନ ରେ ଅନୁଷ୍ଠିତ ହେଇଥିବା ଏହି 3 ଦିନିଆ କାର୍ଯ୍ୟକ୍ରମ ଅନ୍ତିମ ଦିବସରେ ବିଜେପିର ସାଧାରଣ ସମ୍ପାଦକ ତଥା ଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପାଢ଼ୀ, ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାପତି ଶର୍ମିଷ୍ଠା ଦେବ, ସୌଭାଗ୍ୟବତୀ ଅମୃତା ବଳଭଦ୍ର ମାଝୀ, ବିଜେପି ନେତ୍ରୀ ତଥା ରାଇଘର ବ୍ଲକ୍ ସାଂସଦଙ୍କ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର ଏବଂ ଇନ୍ସ୍ପାୟାର ଫାଉଣ୍ଡେସନର ଅଧ୍ୟକ୍ଷ ବିନୋଦ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଉପସ୍ଥିତ ଥିଲେ। ଦିଲ୍ଲୀସ୍ଥିତ ଇନ୍ସ୍ପାୟାର ଫାଉଣ୍ଡେସନ ପକ୍ଷରୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ମାର୍ଗଦର୍ଶନରେ ଅକ୍ଟୋବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ, ବିକାଶମୂଳକ ପଦକ୍ଷେପ, ନୂତନ ଉଦ୍ଭାବନ ଓ ଉଦୀୟମାନ ସୁଯୋଗ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସମ୍ମାନିତ ଅତିଥି ପ୍ରୀତିସ୍ନିଗ୍ଧା ମହାପାତ୍ର ଏଭଳି ଏକ ସ୍ମରଣୀୟ ପ୍ରଦର୍ଶନୀ ଆୟୋଜନ ପାଇଁ ସାଂସଦ ବଳଭଦ୍ର ମାଝୀଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ, ଏହି ପ୍ରଦର୍ଶନୀ ମାଧ୍ୟମରେ ଉମରକୋଟବାସୀ ଅନେକ ଉପଯୋଗୀ ତଥ୍ୟ ଓ ନୂତନ ଜ୍ଞାନ ହାସଲ କରିବାର ସୁଯୋଗ ପାଇଛନ୍ତି। ଏଲିମ୍କୋ ପରି ସଂସ୍ଥା ଦିବ୍ୟାଙ୍ଗମାନଙ୍କ ପାଇଁ ନିର୍ମିତ ବିଶେଷ ଯାନ ମାଗଣାରେ ଯୋଗାଇ ଦେଉଥିବା ବିଷୟରେ ଲୋକେ ଜାଣିବାକୁ ପାଇଛନ୍ତି। ଏହାସହ ସେନା ବାହିନୀ ପାଇଁ ନିର୍ମିତ ଯାନ ଏବଂ ହସ୍ତକଳାରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ମଧ୍ୟ ଦେଖିବାକୁ ମିଳିଛି। ସେ ଆହୁରି କହିଥିଲେ ଯେ, ଆଇସିଏମ୍ଆର୍ ଓ ଆଇସିଏଆର୍ ପରି ପ୍ରତିଷ୍ଠିତ ସଂସ୍ଥାର ଅଧିକାରୀ ମାନେ ସାଧାରଣତଃ ଯେଉଁମାନଙ୍କ ପାଖରେ ସହଜରେ ପହଞ୍ଚିବା ସମ୍ଭବ ହୁଏନାହିଁ, ସେମାନେ ଏହି ପ୍ରଦର୍ଶନୀରେ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବା ଏହାର ଅନ୍ୟତମ ବଡ଼ ସଫଳତା। ସମାରୋହରେ ଅଶୋକ ପାଢ଼ୀ ଓ ଶର୍ମିଷ୍ଠା ଦେବ ମଧ୍ୟ ନିଜ ନିଜର ମତ ରଖିଥିଲେ। ପ୍ରଦର୍ଶନୀର ପ୍ରଥମ ଦିନରୁ ହିଁ ଉମରକୋଟ ଅଞ୍ଚଳର ବହୁ ସଂଖ୍ୟକ ଲୋକ ଏହାକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। କାର୍ଯ୍ୟକ୍ରମକୁ ରଞ୍ଜିତା ପରିଚାଳନା କରିଥିବା ବେଳେ ଇନ୍ସ୍ପାୟାର ଫାଉଣ୍ଡେସନର ଦତ୍ତା ଥୋରେ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଦର୍ଶନୀର ସମାପନ ସମାରୋହରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସରକାରୀ ବିଭାଗ ଓ ସଂସ୍ଥାଗୁଡ଼ିକୁ ଶ୍ରେଷ୍ଠ ଷ୍ଟଲ୍ ପାଇଁ ଟ୍ରଫି ଓ ପ୍ରଶସ୍ତିପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସେହିପରି ବ୍ୟାଙ୍କ ଅଫ୍ ବରୋଦା, ଭାଷିଣୀ ଓ ଏଲ୍ଆଇସିକୁ ପ୍ରାୟୋଜକ ଭାବେ ସମ୍ମାନିତ କରାଯାଇଥିଲା। ଉଦଯାପନୀ ସମାରୋହରେ ରେ ଶ୍ରେଷ୍ଟ ଷ୍ଟଲ ଭାବେ ଆଇସିଏଆର୍-କେଭିକେ, ଆଇସିଏମ୍ଆର୍, ଏଭିଏନ୍ଏଲ୍, ଏଲିମ୍କୋ, ସିଏସ୍ଆଇଆର୍ -ଆଇଏମ୍ଏମ୍ଟି, ଭାଷିଣୀ, ଓଡ଼ିଶା ବାଉଁଶ, ଏପିଇଡିଏ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆଇଏମ୍ୟୁ କୁ ପୁରସ୍କୃତ କରାଯାଇଥିଲା।ଏହି ପ୍ରଦର୍ଶନୀ ମାଧ୍ୟମରେ ଉମରକୋଟ ଓ ନବରଙ୍ଗପୁର ଅଞ୍ଚଳର ଲୋକେ ବିଭିନ୍ନ ସରକାରୀ ଯୋଜନା, ଆଧୁନିକ ଜ୍ଞାନକୌଶଳ ଓ ନୂତନ ସୁଯୋଗ ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିବାରୁ ଏହାକୁ ଏକ ସଫଳ ଓ ଜନହିତକର ପଦକ୍ଷେପ ଭାବେ ବିବେଚନା କରାଯାଇଛି।
