October 28, 2026

ସମାଜସେବୀ ଶିବ ପ୍ରସାଦ ବେହେରାଙ୍କ ପରଲୋକ

IMG-20261028-WA0105
Share

 

 

ହାଟଡିହି ତା ୨୮/୧୦(ମନମୋହନ ନାୟକ) : ହାଟଡିହି ବ୍ଲକ କୁରାଢ଼ିଘସା ଗ୍ରାମର ସମାଜସେବୀ ତଥା ବରିଷ୍ଠ ମାନ୍ୟଗଣ୍ୟ ଓ ଧର୍ମପରାୟଣ ବ୍ଯକ୍ତି ଶିବପ୍ରସାଦ ବେହେରାଙ୍କର ଆଜି ସକାଳ ୮ ଘଟିକା ସମୟରେ ହୃଦଘାତରେ ଦେହାନ୍ତ ହୋଇଯାଇଛି। ସେ ଗ୍ରାମର ବିଭିନ୍ନ ସାଙ୍ଗଠନିକ ଓ ଧାର୍ମିକ ଅନୁଷ୍ଠାନରେ ସକ୍ରିୟ ଭାଗ ନେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ ବିଧବା ପତ୍ନୀ ସତ୍ୟଭାମା ବେହେରା, ବଡ଼ପୁଅ ଶଶିକାନ୍ତ ବେହେରା ଓ ସାନ ପୁଅ ନିଶିକାନ୍ତ ବେହେରାଙ୍କ ସମେତ ପରିବାର ଲୋକେ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ପାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରାଇବା ପରେ ଗାଁ ଶ୍ମାଶନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇ ଠିଲା। ବଡ଼ପୁଅ ଶଶିକାନ୍ତ ବେହେରା ମୁଖାଗ୍ନି ଦେଇଥିବା ବେଳେ ଶତାଧିକ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ।

You may have missed