October 28, 2026

ଗଜପତି:- କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ

IMG-20261028-WA0104
Share

କ୍ରୀଡ଼ା ଓ ଯୁବସେବା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ବାତ୍ୟା ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ଗଜପତି ଜିଲ୍ଲାରେ ସାମୁଦ୍ରିକ ବାତ୍ୟା ଅର୍ଣ୍ଣବ୍ ର ପ୍ରଭାବ ଘନୀଭୂତ ହୋଇଛି । ସାରା ଜିଲ୍ଲାରେ ଗତ ୨ଦିନ ଧରି ଅବିରାମ ପବନ ବର୍ଷା ଲାଗିରହିଁଛି ।

ଏହି ଅବସରରେ ବାତ୍ୟା ଅର୍ଣ୍ଣବ’ ର ପ୍ରଭାବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୂନ୍ୟ ଜିବନହାନି ପ୍ରତି ଦୃଷ୍ଟିରେ ରଖି ୨୦୦ଟି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ର ବ୍ୟବସ୍ଥା କରାଯାଇ ଏଥିରେ ୧୦,୨୦୦ ଜଣଙ୍କୁ ସ୍ଥାନାନ୍ତର କରି ରଖାଯାଇଛି ।

ଆଶ୍ରୟ ସ୍ଥଳ ଗୁଡିକରେ ଲୋକ ମାନେ କିଭଳି ଅଛନ୍ତି , ପ୍ରଶାସନିକ ବ୍ୟବସ୍ଥା ଆଶ୍ରୟସ୍ଥଳୀ ଗୁଡ଼ିକରେ ରହୁଥିବା ଲୋକଙ୍କ ସୁରକ୍ଷା, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସବୁ କନ୍ ରହିଛି ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସୂରଜ ବିଭିନ୍ନ ଆଶ୍ରୟ ସ୍ଥଳୀକୁ ଗ୍ରସ୍ତ ଓ ପରିଦର୍ଶନ କରି କରିଥିଲେ । ସେଠାରେ ରହୁଥିବା ଲୋକ ମାନଙ୍କୁ ବିଭିନ୍ନ ସୁବିଧା ବ୍ୟବସ୍ଥା ଉପଲବ୍ଧ ହେଉଛି ନ ନାହିଁ ପଚାରିବୁଝି ସ୍ଥିତି ଅନୁଧ୍ୟାନ କରିଥିଲେ ।

ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ ଙ୍କ ଏହି ଗ୍ରସ୍ତ ଓ ପରିଦର୍ଶନ ବେଳେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ, ଜିଲ୍ଲା ପରିଷଦ ଏପିଡି ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ନୂଆଗଡ ବିଡିଓ ଶ୍ରୀ ଲୋକନାଥ ଶବର, ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————-

You may have missed