କୋଲନରା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
କୋଲନରା:( ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଠାରେ ଆଜି କୋଲନରା ବ୍ଲକର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ, ଆରକ୍ଷୀ ଅଧୀକ୍ଷକ ରାଜ ପ୍ରାସାଦ , ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ମୃଣାଲିକା ରାଠୋର୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱମ୍ବର ବେହେରା ପ୍ରମୁଖ ମଞ୍ଚାସିନ ଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ, ତହସିଲଦାର କଳ୍ପନା କୁମାରୀ ନାୟକ ତଥା ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ଏହି ଶୁଣାଣି ଶିବିରରେ ମୋଟ 52 ଗୋଟି ଅଭିଯୋଗ ମଧ୍ୟରୁ 21 ଗୋଟି ଗୋଷ୍ଠୀଗତ ଓ 31 ଗୋଟି ବ୍ୟକ୍ତିଗତ ଅଭିଯୋଗକୁ ଜିଲ୍ଲାପାଳ ଶୁଣାଣି କରିଥିଲେ ଓ ଏହାର ଯଥାଶୀଘ୍ର ସମାଧାନ କରିବାକୁ ସଂମ୍ପୃକ୍ତ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ଦୁନିର୍ତି ନିବାରଣ ନିମନ୍ତେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଧୁ ଚରଣ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁବ୍ରମନ୍ୟୁ ପଣ୍ଡା, ବିଭାଗୀୟ ଅଧିକାରୀ ନାରାୟଣ ଦଳପତି,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଶ ମୁଣ୍ଡ , ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଅଜିତ କୁମାର ହୋତା ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
