ତିର୍ତ୍ତୋଲ ପୋଲିସକୁ ବଡ଼ ସଫଳତା, କୁଟିଲଗ୍ରାମଦୟାଲପୁର ଗ୍ରାମରୁ ୫୦ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ
ତିର୍ତ୍ତୋଲ ::-୨୪/୧୦- ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଫାଣ୍ଡି ଅଧୀନ କୁଟିଲ ଗ୍ରାମ ଦୟାଲପୁର ଗ୍ରାମର ଝୁନି ଦାସଙ୍କ ଘରେ ପୂର୍ବ ସୂଚନା ଅନୁସାରେ ତିର୍ତ୍ତୋଲ ପୋଲିସ ଚଢ଼ାଉ କରିଥିଲା l ଝୁନି ଦାସଙ୍କ ଘରୁ ୫୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ୬ ଜଣ ଲୋକଙ୍କୁ ଗିରଫ କରିଥିଲା l ସେମାନଙ୍କ ଠାରୁ ୫ ଟି ମୋବାଇଲି ଫୋନ, ଗୋଟେ ଓଡି ୦୫ ସିଏନ ୮୮୫୭ ନମ୍ବର ଟାଟା ନେକ୍ସନ ଗାଡି, ଓଡି ୨୧ୟୁ ୬୫୪୯ ଆକ୍ଟିଭା, ଓଡି ୨୧ କେ ୨୨୮୩ ନମ୍ବର ନାଲି ରଙ୍ଗର ହିରୋ ଗ୍ଲାମର ମଟର ସାଇକେଲ, ନଗଦ ୮ ହଜାର ୨ ସହ ଟଙ୍କା ସହିତ ୫୦ ଗ୍ରାମର ହେରୋଇନ ଜବତ କରିଥିବା ଆରକ୍ଷୀ ଅଧିକ୍ଷକ ଅଙ୍କିତ ବର୍ମା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଥିଲେ l
ଏହି ସାମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ଏସଡିପିଓ ଅଜୟ କୁମାର ଦାସ ଏବଂ ଥାନା ଅଧିକାରୀ ବଂଶୀଧର ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ଆଜି ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଦୁର୍ଗା ପ୍ରସାଦ ଦାସ, କୁଟିଲ ଗ୍ରାମଦୟାଲ ପୁର ଗ୍ରାମର ଗୁରୁ ଚରଣ ଦାସ ଙ୍କ ପୁଅ ବିଭୁ ପ୍ରସାଦ ଦାସ (ଟିମା), କଣ୍ଟାପଡା ଗ୍ରାମର ପରମାନନ୍ଦ ଦାସଙ୍କ ପୁଅ ସରୋଜ କୁମାର ଦାସ (ମୁନା), ଜଗତସିଂହପୁର ସଦର ଲାଲା ସାହିର ସ୍ୱର୍ଗତ ଯୋଗେନ୍ଦ୍ର କୁମାର ସିଂହଙ୍କ ପୁଅ ସୌଭାଗ୍ୟ ରଞ୍ଜନ ସିଂହ (ପପୁ ), ଗୁରୁ ଚରଣ ଦାସଙ୍କ ଧର୍ମପତ୍ନୀ ଝୁନି ଦାସ ଓ ମା ଶାରଳା ଠାକୁରାଣୀଙ୍କ ତଥାକଥିତ ସେବାୟତ ଭାବେ ନିୟୋଜିତ କେଳୁଚରଣ ରାଉଳଙ୍କ ପୁଅ କୌଶିକ ରାଉଳ (ବୁଟୁନା ) ରହିଛନ୍ତି l ସମସ୍ତ ଅଭିଯୁକ୍ତ ମାନଙ୍କୁ ତିର୍ତ୍ତୋଲ ପୋଲିସ କେଶ ନମ୍ବର ୪୭୨/୨୬ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ଅଙ୍କିତ ବର୍ମା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
