October 21, 2026

ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଓ ତାଙ୍କ ପତ୍ନୀ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ 25 ହଜାର ଟଙ୍କା ପ୍ରଦାନ କଲେ   

IMG-20261021-WA0043
Share

 

 

ପାରଳାଖେମୁଣ୍ଡି:୨୧/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣରେ ବହୁ ଭକ୍ତ ନିଜ ନିଜକୁ ଭିନ୍ନ ଭିନ୍ନ ଭାବେ ସାମିଲ କରି ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ସହରର ଜଗନ୍ନାଥ ବିହାରର ବାସିନ୍ଦା ତଥା ଗଜପତି ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ଗରୁଡ଼ଧଜ୍ୱ ଚୌଧୁରୀ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଚୌଧୁରୀଙ୍କ ସହ ଜଗନ୍ନାଥ ମନ୍ଦିରରେ ପହଞ୍ଚି ତିନି ଠାକୁରଙ୍କୁ ପୂଜା ପାଠ କରିବା ସହ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ 25 ହଜାର ଟଙ୍କା ପ୍ରଦାନ କରି ମନ୍ଦିର ନିର୍ମାଣରେ ସହାୟତାର ହାତ ବଢ଼ାଇଛନ୍ତି. ମନ୍ଦିର ନିର୍ମାଣ କମିଟିର ସମ୍ପାଦକ ତଥା ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀ, ସୁରମା ରାଣୀ ମିଶ୍ର, ସମେତ ଜୟ ଜଗନ୍ନାଥ ସେବାଦଳର ସଦସ୍ୟ ଭୀମସେନ ପଣ୍ଡା, ହରପ୍ରସାଦ ପାଢ଼ୀ,କେଶବ ପାଢୀ, ମୋନଜ ଗନ୍ତାୟତ, ସନ୍ତୋଷ କୁମାର ସାହୁ, ମାଖଣ୍ଡ ପାଳ, ଟ୍ରିପତି ପାଣିଗ୍ରାହି ସୁଶିଲ ପଣ୍ଡା, ଟିରୁପତି ପାଣିଗ୍ରାହୀ, କିଶୋର ଚନ୍ଦ୍ର ଦାଶ, ଜାନକୀ ରାଓ ଶିଶିର ପଣ୍ଡା,ପ୍ରମୁଖ ମନ୍ଦିର ନିର୍ମାଣରେ ସହାୟତାର ହାତ ବଢ଼ାଇ ଥିବା ଶ୍ରୀ ଚୌଧୁରୀଙ୍କୁ ସାଧୁବାଦ ଜଣାଇଛନ୍ତି.

You may have missed