October 18, 2026

ଏକ ବର୍ଷ ହେଲା ଅଚଳ ସୋଲାର ପାଣି ଟାଙ୍କି

IMG-20261018-WA0048
Share

 

 

(ଧର୍ମଗଡ଼ ଉପଖଣ୍ଡ ରୁ ପ୍ରଦିପ ଭରା ସଗରିଆ “ଉପାନ୍ତ ଖବର”)

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଟେମରା ଗ୍ରାମର ତଲପଡାବାସୀଙ୍କୁ ଜଳ ଯୋଗାଣ ପାଇଁ ସ୍ଥାପିତ ସୋଲାର ପାଣି ଟାଙ୍କି ଏକ ବର୍ଷ ହେଲା ଅଚଳ ହୋଇପଡିଛି। ଫଳରେ ପଡାବାସୀ ପାନୀୟ ଜଳ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।ଟାଙ୍କି ଅଚଳ ହେବା ପରେ ଲୋକେ ଦୂରଦୂରାନ୍ତରୁ ପାଣି ସଂଗ୍ରହ କରି ଆବଶ୍ୟକତା ମେଣ୍ଟାଉଥିବା ଅଭିଯୋଗ ହୋଇଛି। ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇଁ ନିର୍ମିତ ପ୍ରକଳ୍ପ ଦୀର୍ଘଦିନ ଧରି ଅଚଳ ରହିଥିଲେ ମଧ୍ୟ ଏହାର ମରାମତି ନେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ନଥିବା ଗ୍ରାମବାସୀ କହିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।ତରନ୍ତ ସୋଲାର ଜଳ ଯୋଗାଣ ସ୍ବାଭାବିକ କରିବାକୁ ପଡାବାସୀ ଦାବି କରିଛନ୍ତି।

You may have missed