ସ୍ବର୍ଗତ ଅଜିତ କୁମାର ଦାଶଙ୍କ ଉଦ୍ଦେଶ୍ୟରେ ଓଷ୍ଟା, ସମ୍ବଲପୁର ତରଫରୁ ଶ୍ରଦ୍ଧାଞ୍ଜଳି
ସମ୍ବଲପୁର -ତା: ୧୬/୧୦/୨୬ – ଜାତୀୟ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ବର୍ଗତ ଅଜିତ କୁମାର ଦାଶଙ୍କ ଦେହାବସାନ ପରିପ୍ରେକ୍ଷୀରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ, ବୁଢ଼ାରଜା ଠାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ସମ୍ବଲପୁର ଜିଲ୍ଲା ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି କ୍ଷିରୋଦ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ସମ୍ବଲପୁର ଜିଲ୍ଲାର ୯ ଟି ବ୍ଲକର କର୍ମକର୍ତ୍ତାଙ୍କ ସମାଗମ ହୋଇଥିଲା। ଏହି ସଭାରେ ଓଷ୍ଟାର ପ୍ରାକ୍ତନ ଉପସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ସମ୍ବଲପୁର ଜିଲ୍ଲାର ପ୍ରାକ୍ତନ ଜିଲ୍ଲା ସଂପାଦକ ହରି ନାରାୟଣ ପଣ୍ଡା,ପ୍ରାକ୍ତନ ଜିଲ୍ଲା ସଭାପତି ଗଗନ ବିହାରୀ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ସ୍ବର୍ଗତ ଅଜିତ କୁମାର ଦାଶଙ୍କ ଉତ୍ସର୍ଗୀକୃତ ଶିକ୍ଷକ ଭାବରେ ଏବଂ ଜଣେ ଶିକ୍ଷକ ନେତା ଭାବରେ ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କେଶବ ଚନ୍ଦ୍ର ନାୟକ,ଜିଲ୍ଲା ସଂପାଦକ ବିଭୂତି ଭୂଷଣ ଚାନ୍ଦ, ଉପସଭାପତି ପ୍ରେମାନନ୍ଦ ଖମାରୀ, ଯୁଗ୍ମ ସମ୍ପାଦକ ବିଶ୍ଵାମିତ୍ର ଦୀପ୍ ଆଦି ସ୍ମୃତିଚାରଣ କରିଥିଲେ।ସଭା ପରିଚାଳନାରେ ଯୁଗ୍ମ ସମ୍ପାଦକ ଆନନ୍ଦ ଡନସନା,ବ୍ଲକ ସଂପାଦକ ବିଦ୍ୟାଧର ନାୟକ,ଘନଶ୍ୟାମ ବଢ଼େଇ ସହଯୋଗ କରିଥିଲେ। ଆଜି ପୂର୍ବାହ୍ନ ଦଶ ଘଣ୍ଟା ସମୟରେ ସମ୍ବଲପୁର ରାଜଘାଟ ଠାରେ ସ୍ବର୍ଗତ ଦାଶଙ୍କ ଦାହ ସଂସ୍କାର କରାଯାଇଥିଲା। ତାଙ୍କର ଏକମାତ୍ର ପୁଅ ଡାକ୍ତର ଦେବବ୍ରତ ଦାଶ ମୁଖାଗ୍ନି ଦେଇଥିଲେ।
ଆଜି ଓଷ୍ଟା ରାଜ୍ୟ ସଂଗଠନ ପକ୍ଷରୁ ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶଙ୍କ ସମେତ କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ଯୁଗ୍ମସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧକ୍ଷ ଅଶୋକ କୁମାର ମହାପାତ୍ର, ସମ୍ପାଦକ ରମାକାନ୍ତ ମହାପାତ୍ର, ସହସମ୍ପାଦକ ଆଶୁତୋଷ ରଥ, ପ୍ରାକ୍ତନ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ବରଗଡ଼ ଜିଲ୍ଲା ସମ୍ପାଦକ ସଞ୍ଜୟ ସିଂହ, ନୂଆପଡା ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ଯୋଶୀ ଏବଂ ସମ୍ବଲପୁର ଜିଲ୍ଲାର ଅଧିକାଂଶ ବର୍ତ୍ତମାନ ଓ ପ୍ରାକ୍ତନ ନେତୃତ୍ୱ ଯୋଗଦେଇ ଶବାଧାରରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି l
