ବିଶ୍ୱ ହାତ ଧୋଇବା ଦିବସ ପାଳନ
ବରପାଲି – (ସୁଦାମ ଦୀପ ) ୧୫ ଅକ୍ଟୋବର ୨୦୨୬ ରେ ବିଶ୍ୱ ହାତ ଧୋଇବା ଦିବସ ଭାବେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମମତା ହେଲ୍ଥ ଇନଷ୍ଟିଚ୍ୟୁଟ୍ ଫର୍ ମଦର ଆଣ୍ଡ ଚାଇଲ୍ଡ, ବରଗଡ଼ ଦ୍ୱାରା ଆୟୋଜନ କରାଯାଇଥିଲା। ଏହି ଅବସରରେ ବରଗଡ ଜିଲ୍ଲାର ରକସା, ସତଲମା , ବାନ୍ଧୁମୁଣ୍ଡା, ବିଭିନ୍ନ ସ୍ଥାନରେ ବିଶ୍ୱ ହାତ ଧୁଆ ଦିବସ ପାଳିତ ହୋଇଯାଇଅଛି l ୬ ଟି ସମୁଦାୟ-ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜିକା ଅଦିତି ଜାନା, ବ୍ଲକ୍ ସୁପରଭାଇଜର ଯଶୋବନ୍ତ ପୂଜାରୀ ଏବଂ ଅନ୍ୟାନ୍ୟ ଫିଲ୍ଡ ସ୍ତରୀୟ କର୍ମଚାରୀମାନେ ପରିଚାଳନା କରିଥିଲେ
କାର୍ଯ୍ୟକ୍ରମ ସମୟରେ ସମୁଦାୟର ସଦସ୍ୟମାନଙ୍କୁ ସାବୁନରେ ହାତ ଧୋଇବାର ଗୁରୁତ୍ୱ ଓ ଲାଭ, ହାତ ନ ଧୋଇଲେ ହେଉଥିବା ସମସ୍ୟା, ହାତ ଧୋଇବାର ସଠିକ୍ ପଦ୍ଧତି ଏବଂ କେଉଁ ସମୟରେ ହାତ ଧୋଇବା ନିହାତି ଆବଶ୍ୟକ ସେ ବିଷୟରେ ସଚେତନ କରାଯାଇଥିଲା।ସାବୁନରେ ହାତ ଧୋଇବା ଡାଇରିଆ, କଲେରା, ଟାଇଫଏଡ୍ ଏବଂଶ୍ୱାସକ୍ରିୟା ଜନିତ ରୋଗକୁ ରୋକିବାର ସବୁଠାରୁ ସହଜ ଏବଂ ଶସ୍ତା ଉପାୟ ବୋଲି ଆଲୋଚନା କରାଯାଇଥିଲା। ଭଲ ଭାବରେ ବୁଝିବା ପାଇଁ ହାତ ଧୋଇବାର ୬ ଟି ପଦକ୍ଷେପର ସରଳ ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ସମୁଦାୟର ସଦସ୍ୟମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ନିୟମିତ ହାତ ଧୋଇବା ଅଭ୍ୟାସ କରିବା ଏବଂ ନିଜ ପରିବାରରେ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଶପଥ ନେଇଥିଲେ। ହାତ ଧୋଇବା ମାଧ୍ୟମରେ ସୁରକ୍ଷା ଏବଂ ପରିଚ୍ଛନ୍ନତାର ସଂସ୍କୃତି ଗଢି ତୋଳିବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।
