October 15, 2026

ସଅଁରା ରେ ତିର୍ତ୍ତୋଲବ୍ଲକ ସ୍ତରୀୟ ଶିଶୁମହୋତ୍ସବ ସୁରଭି -2026

IMG-20261014-WA0165
Share

 ତିର୍ତ୍ତୋଲ ତା 14/10/2026 ସଅଁରା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଗତ ବୁଧବାର ଦିନ ପୂର୍ବାହ୍ନରେ, ତିର୍ତ୍ତୋଲବ୍ଲକ ସ୍ତରୀୟ ଶିଶୁମହୋତ୍ସବ ସୁରଭି,-2026 ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ପୁଷ୍ପାଞ୍ଜଳି ମହାରଣା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବ୍ଲକର ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟ ର କ୍ଲଷ୍ଟର ପ୍ରତିଯୋଗିତା ରେ ପ୍ରଥମସ୍ଥାନ ଅଧିକାର କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ l ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଶିକ୍ଷାଅଧିକାରୀ କେଶବ ମେହେର, ମୁଖ୍ୟବକ୍ତା ଭାବେ ତିର୍ତ୍ତୋଲବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟ ରଞ୍ଜନ ଦାଶ ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିକ୍ରମ କେଶରୀ ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ମହାମାୟା ବିଶ୍ୱାଳ ଯୋଗଦେଇ, ସୁରଭି କାର୍ଯ୍ୟକ୍ରମ ର ମହତ୍ତ୍ୱ, ବିଶେଷତ୍ୱ ଓ ଆବଶ୍ୟକତା ଉପରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ l ବରିଷ୍ଠ ଶିକ୍ଷକ ଟୁଟୁ ଦାଶ, ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ଶିକ୍ଷକ ତଥା ବାଗ୍ମୀ ବାବୁଲି ସ୍ୱାଇଁ ମଞ୍ଚପରିଚାଳନା କରିଥିଲେ l କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ସଅଁରା ଉଚ୍ଚବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ମଣ୍ଡଳ ଅନ୍ତର୍ଗତ ଅଠର ଟି ସାଧନକେନ୍ଦ୍ର ର ସଂଯୋଜକ ଭାବେ, ଜ୍ୟୋତିରଞ୍ଜନ ମହାନ୍ତି, ପ୍ରଣବ କୁମାର ସାହୁ, ରାଜେଶ କୁମାର ଖଟୁଆ, ଚିତ୍ତରଞ୍ଜନ ଦାସ,ରଶ୍ମୀରଞ୍ଜନ ନାୟକ, ଦେବାଶିଷ ସ୍ୱାଇଁ, ସ୍ମୃତିରଞ୍ଜନ ନାୟକ, ସୁଶାନ୍ତ ବେହେରା, ଅନିସ ଖାନ, ଶ୍ୱେତପଦ୍ମା ଖୁଣ୍ଟିଆ, ଶଶାଙ୍କଶେଖର ସ୍ୱାଇଁ , ମୋହନ ଟୁଡୁ, ପ୍ରଶାନ୍ତ କୁମାର ମହାନ୍ତି, ସଞ୍ଜୟ କୁମାର ବାରିକ ଓ ସୁଶାନ୍ତ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର ଓ ସଫଳ କରିବାପାଇଁ ସହଯୋଗ କରିଥିଲେ l ଉଦଯାପନୀ ଉତ୍ସବରେ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମଲ୍ଲିକ, ମୁଖ୍ୟଅତିଥି, ଜିଲ୍ଲା ଶୈକ୍ଷିକ ସଂଯୋଜକ ତପନ କୁମାର ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ, ପିଲାମାନଙ୍କ ର ନୈତିକ ବିକାଶ ନିମନ୍ତେ ପ୍ରେରଣାପ୍ରଦ ବକ୍ତବ୍ୟ ପ୍ରଦାନ କରିଥିଲେ l ସି ଆର ସି ସି ଚିତ୍ତରଞ୍ଜନ ଦାସ ଅତିଥିପରିଚୟ ଓ ସ୍ୱାଗତଭାଷଣ ଦେଇଥିବାବେଳେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ସମସ୍ତ କୃତ୍ତି ବିଦ୍ୟାର୍ଥୀ ମାନଙ୍କୁ ସାଟିଫିକେଟ, ଟ୍ରଫି ଓ ଶୀଲକପ ଆଦି ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ପରିବେଷିତ ନୃତ୍ୟସଙ୍ଗୀତ ଆଦି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ବେଶ ଉପଭୋଗ୍ୟ ହୋଇଥିବାବେଳେ, ଶେଷରେ ସି ଆର ସି ସି ସ୍ମୃତିରଞ୍ଜନ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର