ରୁଙ୍ଗଟା କମ୍ପାନୀରେ ଶ୍ରମିକଙ୍କ ପ୍ରତି ଅବହେଳା,ଭିତରେ ନାହିଁ କୌଣସି ସୁବିଧା
ଓଡ଼ପଡ଼ା, ଢେଙ୍କାନାଳ ,
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ଥିବା ରୁଙ୍ଗଟା କମ୍ପାନୀ ଭିତରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କମ୍ପାନୀ ପରିସର ଭିତରେ ଶ୍ରମିକମାନଙ୍କ ପାଇଁ ନା ଅଛି ପିଇବା ପାଣିର ସୁବିଧା,ନା ଶୌଚାଳୟ,ନା ବିଶ୍ରାମଗାର। ଏପରିକି ମହିଳା ଶ୍ରମିକଙ୍କ ପାଇଁ ମଧ୍ୟ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଅଭିଯୋଗ ଅନୁସାରେ,ଶହ ଶହ ଶ୍ରମିକ ଦିନ ରାତି ପରିଶ୍ରମ କରୁଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ସୁରକ୍ଷା ଓ ମୌଳିକ ସୁବିଧା ପ୍ରତି ଧ୍ୟାନ ଦେଉନାହାନ୍ତି। ଯାହା ଫଳରେ ଶ୍ରମିକମାନେ ଅସୁରକ୍ଷିତ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ତଦନ୍ତ କରିବାକୁ ଶ୍ରମିକ ମହଲରେ ଦାବି ହେଉଛି।
