ଗୋବରା କେନାଲ ବନ୍ଧ ରାସ୍ତା ଶୋଚନୀୟ : ଦୁଇପଞ୍ଚାୟତ ଅଧିବାସୀ, ଭୋଗୁଛନ୍ତି ଦୁର୍ଦ୍ଦଶା..
ତିର୍ତ୍ତୋଲ 13/10/2026 ନୂଆପଡା ଠାରୁ ବାହାରିଥିବା ବାରନମ୍ବର ସାରଳାକେନାଲ ର ମହନପୁର ପୋଲ ଠାରୁ କନକପୁର ଓ ଗୋବିନ୍ଦପୁର ଉଭୟ ପଞ୍ଚାୟତ ର ଅଧିବାସୀ, ଗୋବରାଗ୍ରାମରେ ବସବାସ କରିଥାନ୍ତି l ଏହି କେନାଲପୋଲ ପାସକଲାପରେ ନବକୁଅଁର ଘର ପାଖରୁ ଅଚ୍ୟୁତାନନ୍ଦ ବେହେରା ଙ୍କ ଘର ଓ ସେଠାରୁ ଅରଡ଼ଙ୍ଗ ସାଇଫେନ ପୋଲ ପର୍ଯ୍ୟନ୍ତ କେନାଲବନ୍ଧ ରାସ୍ତା ଟି ବହୁବର୍ଷ ପୂର୍ବରୁ କିଛିବାଟ ପର୍ଯ୍ୟନ୍ତ କଂକ୍ରିଟ ରୋଡ଼ ହୋଇଥିଲା l ମାତ୍ର ଦୀର୍ଘବର୍ଷ ଧରି ଏହି କଂକ୍ରିଟରାସ୍ତା ର ଉଭୟପାର୍ଶ୍ଵ ଓ ରାସ୍ତା ମଝିରୁ କଂକ୍ରିଟ ଢ଼ଳେଇ ଗୁଡିକ ଭାଙ୍ଗି ଯିବାରୁ ଖାଲଖମା ସୃଷ୍ଟି ହୋଇଥିବାରୁ ଏହି ରାସ୍ତାଦେଇ ଯାତାୟତ କରୁଥିବା ଉଭୟପଞ୍ଚାୟତ ର ଅଧିବାସୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେହିପରି ମୁଖ୍ୟସାରଳାକେନାଲ ବନ୍ଧ ବାଟଦେଇ ଏରସମା ଓ ଜଗନ୍ନାଥପୁର ଅଞ୍ଚଳର ଲୋକମାନେ, ସ୍ୱଳ୍ପସମୟ ରେ ଓ ଅଳ୍ପବାଟରେ ଯାନବାହାନ ରେ ଯାତାୟତ କରି ସିଧାସଳଖ ଜଇପୁର ନିକଟସ୍ଥ ନୂଆପଡା ଠାରେ କଟକ – ପାରାଦ୍ୱୀପ ରାସ୍ତାରେ ପହଞ୍ଚି ଯାଆନ୍ତି l ମାତ୍ର କିରଣ୍ଟିପୋଲ ଠାରୁ ତୁଳଙ୍ଗ- ବୋଲର ପର୍ଯ୍ୟନ୍ତ ଏହି କେନାଲବନ୍ଧ ରାସ୍ତା ଉପରୁ ଗୋଡି ଉଠିଯାଇଥିବାରୁ, ଯାତାୟତ କ୍ଷେତ୍ରରେ ଯାନବାହାନ ଗୁଡିକ ଅସୁବିଧାରେ ପଡୁଛନ୍ତି l ଜଳସମ୍ପଦ ବିଭାଗ ତରଫରୁ ବିଭାଗୀୟ ଯନ୍ତ୍ରୀ ମାନେ ଏହି କେନାଲବନ୍ଧ ରାସ୍ତାର ସ୍ଥିତି ଅନୁଧ୍ୟାନ କରି, ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବୀ ହେଉଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
