ଧର୍ମପୁର ବିଦ୍ୟାଳୟରେ ସିଙ୍ଗିପୁର କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ ..
ସାନଖେମୁଣ୍ଡି : ୧୨/୧୦/୨୦୨୬, (ବିଜୟ କୁମାର ପ୍ରଧାନ )
ସାନେମୁଣ୍ଡି ବ୍ଳକ ଅନ୍ତର୍ଗତ ଛଣମେରି ଗ୍ରାମପଞ୍ଚାୟତ ଅଧିନସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧର୍ମପୁର ଠାରେ ସୋମବାର ଦିନ ସିଙ୍ଗିପୁର କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଙ୍ଗିପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମତୀ ରିତାଞ୍ଜଳି ରଥ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଶୁକଦେବ ମଲ୍ଲିକ,ଶ୍ରୀ କାମେଶ୍ୱର୍ ମଲ୍ଲିକ ଯୋଗ ଦେଇଥିବା ବେଳେ ସନ୍ମାନିତ ଅତିଥି ଭାବେ ପୋଡ଼ାମାରି ଚୈତନ୍ୟ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଶ୍ରୀ ଟୁକୁନା ପ୍ରଧାନ , ସିଙ୍ଗିପୁର ପଞ୍ଚାୟତ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କନକଲତା ଦେବୀ,ସରପଞ୍ଚ ଶ୍ରୀ ତପନ କୁମାର ସେଠୀ,ସମାଜସେବି ଶ୍ରୀ ଏ. ବାବୁଲା ଦୋରା,ଶ୍ରୀ ଏ.ନିରଞ୍ଜନ ଦୋରା, ଶ୍ରୀ ସନ୍ତୋଷ ପ୍ରଧାନ,ସରକାରୀ ଓକିଲ ଶ୍ରୀ ବିଜୟ କୁମାର ପ୍ରଧାନ, ବିଦ୍ୟାଳୟ ର ପରିଚାଳନା ସଭାପତି ଶ୍ରୀ ସଞ୍ଜୟ ଗୌଡ଼ , ସ୍କୁଲ ର ଉପଦେଷ୍ଟା ଶ୍ରୀ ଭିକାରୀ ସାହୁ ,ଗୋଷ୍ଠି ଶିକ୍ଷା ଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଶ୍ରୀ କେ.ନରସିଂହ ଓ କେ.ଗୌତମ ଦୋରା ଓ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ବିଭିନ୍ନ କ୍ଲଷ୍ଟ୍ରର ର ସିଆରସିସି ଓ ଆମନ୍ତ୍ରିତ ଅତିଥି ମାନେ ଉପସ୍ଥିତ ଥିଲେ। ଏହି କାର୍ଯକ୍ରମ ରେ ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ସମୁଦାୟ ୨୧ ଗୋଟି ପ୍ରତିଯୋଗିତା ରେ ଭାଗନେଥିବା ବେଳେ ପ୍ରାୟ ୩୦ ଜଣ ଶିକ୍ଷକ ଓ ଶକ୍ଷୟିତ୍ରୀ ଏଥିରେ ବିଚାରକ ଭାବେ ନିୟୋଜିତ ହୋଇଥିଲେ। କାର୍ଯ୍ୟକ୍ରମ କୁ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସହାୟତାରେ ସ୍ଥାନୀୟ ସିଆରସିସି ଶ୍ରୀ ମନୋଜ କୁମାର ପ୍ରଧାନ ପରିଚାଳନା କରିଥିଲେ ।ଏଥିରେ ପୂର୍ବରୁ ଅବସର ନେଇଥିବା ଦୁଇ ଜଣ ଶିକ୍ଷକ ଶ୍ରୀ ଜ୍ୟୋତିରାଜ ପଣ୍ଡା , ଶ୍ରୀ କାଳୁଚରଣ ପାଣିଗ୍ରାହୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ କୁ ଧର୍ମପୂର୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶିବ ଶଙ୍କର ନାୟକ ,ଶ୍ରୀ ଚନ୍ଦନ ମହାରଣା ,ଶ୍ରୀ ନାରାୟଣ ମଣ୍ଡଳ, ଶ୍ରୀ ସଞ୍ଜୟ ସେଠୀ,ଶ୍ରୀ ସିମଞ୍ଚଳ ଜେନା,ଶ୍ରୀ ପ୍ରମୋଦ ଗୌଡ଼,ଶ୍ରୀ ପ୍ରକାଶ ଚନ୍ଦ୍ର ମଲ୍ଲିକ,ଶ୍ରୀ ଶିବ ଆଚାରି,କ୍ଲଷ୍ଟର୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଧର୍ମପୁର ଗ୍ରାମବାସୀ ଏବଂ ଯୁବକ ବୃନ୍ଦ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ।
